No Result
View All Result
୧୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :- ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ l ବାର ମାସ ମଧ୍ୟ ରୁ ମାଘ ମାସର ଅନନ୍ୟ ମହତ୍ୱ ରହିଛି l ଏହି ମାସରେ ଓଡିଶା ର ପୁର ପଲ୍ଲୀ ରେ ପୁରାଣ ପାଠ ହେଉଥିବା ଦେଖିବାକୁ ମିଳିଥାଏ l ଯାହା ଫଳରେ ଗ୍ରାମ ମାନଙ୍କରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ l ଏହି କର୍ମରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ୱର ପଂଚାୟତ ପଦ୍ମପୁର ମା ମଙ୍ଗଳା ଙ୍କ ପୀଠ ରେ ମାସ ବ୍ୟାପି ମହାନ ଭାଗବତ ପୁରାଣ ପାଠ ହେଉଥିବା ଦେଖିବାକୁ ମିଳିଛି l ଗ୍ରାମର ମହିଳା ମାନେ ପାଳି କରି ପୁରାଣ ପଢୁଛନ୍ତି l
ମହିଳା ମାନେ କୁହନ୍ତି ପୁରାଣ ପଢିବା ଦ୍ୱାରା ଆମକୁ ଆତ୍ମ ସନ୍ତୋଷ ମିଳିବା ସଙ୍ଗେ ସଙ୍ଗେ ଆମ୍ଭ ଗ୍ରାମ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ l ଏହି କାର୍ଯ୍ୟ ଗ୍ରାମର କୁମୁଦିନୀ ଦାଶ, ସୁନିତା ମଙ୍ଗରାଜ, ସାବିତ୍ରୀ ମିଶ୍ର, ସଂଜୁ ପ୍ରଧାନ, ବିନୋଦିନୀ ବଳିୟାରସିଂହ ପ୍ରମୁଖ ପୁରାଣ ପାଠ କରୁଥିବା ବେଳେ ସେମାନଙ୍କୁ ବୈକୁଣ୍ଠ ନାଥ ସ୍ୱାଇଁ, ଭୋଳାନାଥ ସାମନ୍ତରାୟ,ଧୃବ ଚରଣ ପ୍ରଧାନ, ରମେଶ ସାମନ୍ତରାୟ, ନିକୁଞ୍ଜ ସାହୁ ଓ ଅନ୍ୟମାନେ ସହଯୋଗ କରିଥାନ୍ତି l ଏହି କାର୍ଯ୍ୟକ୍ରମ ଗ୍ରାମରେ ଦୀର୍ଘ ପନ୍ଦର ବର୍ଷ ଧରି ମା ମଙ୍ଗଳା ପୀଠ ରେ ଚାଲୁଥିବା ଗ୍ରାମର ବରିଷ୍ଠ ନାଗରିକ ଙ୍କ ଠାରୁ ସୂଚନା ମିଳିଛି l

No Result
View All Result