No Result
View All Result
୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଂଚଳରେ ଅନୁସୂଚିତ ଜାତି ବର୍ଗଙ୍କ ପ୍ରତି ହେଉଥିବା ଜାତିଗତ ଅତ୍ୟାଚାର ମାମଲାରେ ବାଲିପାଟଣା ଥାନା ଅଧୀକାରି ଜାଣିଶୁଣି ମାସ ମାସ ଧରି ମାମଲା ରୁଜ୍ଜୁ କରୁନାହାନ୍ତି , 95 ଭାଗ SCST ଅତ୍ୟାଚାର ମାମଲା ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି, ଏପରିକି ମାନ୍ୟବର ସୁପ୍ରିମକୋର୍ଟ ଲଳିତା କୁମାରୀ ମାମଲାର ନିର୍ଦ୍ଦେଶକୁ ବେଖାତିର କରିବା ସହିତ SCST ଅତ୍ୟାଚାର ଆଇନ ଧାରା ୪ ର ଖୋଲାଖୋଲି ଉଲଂଘନ କରାଯାଉଛି ଏବଂ ମାମଲା ରୁଜ୍ଜୁ ପାଇ DCP ଅଫିସ ରୁ ନିର୍ଦ୍ଦେଶ ଗଲା ପରେ ମଧ୍ଯ ଖାତିର କରୁ ନାହାନ୍ତି ବାଲିପାଟଣା ପୋଲିସ୍ ଅଧିକାରୀମାନେ।
ବାଲିପାଟଣା ପୋଲିସର ଏହି ଅନ୍ୟାୟ ବିରୁଦ୍ଧରେ ବାଲିପାଟଣା ଛକ ଠାରୁ ବାଲିପାଟଣା ଥାନା ପର୍ଯ୍ୟନ୍ତ ପ୍ରତିବାଦ ରାଲି ସହ ଶାନ୍ତି ପୂର୍ଣ୍ଣ ଭାବେ ଥାନାରେ ଧାରଣା ଦିଆଯାଇଥିଲା । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜାତୀୟ ଦଳିତ ଆଦିବାସୀ ମହାସଂଘ ନୂଆଦିଲ୍ଲୀ ଓଡିଶା ସଂଗଠନର ଜୟଦେବ ନିର୍ବାଚନ ମଣ୍ଡଳୀର ସଭାପତି ବିଜୟ କୁମାର ଭୋଇ ଓ ଯୁବ ସଭାପତି ବିଶ୍ବଜିତ ସେଠୀଙ୍କ ନେତୃତ୍ବରେ ସଂଗଠନର ଖୋର୍ଦ୍ଧା ଜିଲ୍ଲାର ସଭାପତି ଅଶୋକ କୁମାର ଭୋଇ ରାଜ୍ୟ ସଭାପତି ଲିଟୁ ଦାସ,
ଆମ୍ବେଦକର ସମାଜସେବୀ ମହାସଙ୍ଘ ସମ୍ପାଦକ ବୀରେନ୍ଦ୍ର ନାୟକ,ମହିଳା ସମ୍ପାଦିକା ଟିକିନା ପରିଡା,ରାଜ୍ୟ ସମ୍ପାଦକ ଜଗନ୍ନାଥ ଭୋଇ, କେଶବ ବେହେରା, ଦୀପକ ତିଆଡ଼ି, ପ୍ରମୁଖ ଶତାଧିକ କର୍ମୀ ଯୋଗଦାନ କରିଥିଲେ l ପ୍ରତିବାଦ କଲା ପରେ ଯାଇ ପୋଲିସ ବାବୁ ମାମଲା ରୁଜ୍ଜୁ କଲେ ଏବଂ ଆଲୋଚନା କରିଥିଲେ, ତେଣୁ ଏଥିରୁ ଜଣା ଯାଉଛି ଯେ, ବିନା ପ୍ରତିବାଦରେ ପୋଲିସ ବାବୁ ନ୍ୟାୟ ପ୍ରଦାନ କରୁ ନାହାନ୍ତି ବୋଲି ଦଳିତ ସଂଗଠନ ପକ୍ଷରୁ କୁହାଯାଇଛି ।

No Result
View All Result