No Result
View All Result
୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :- ଚିଲିକା ବ୍ଲକ ଅନ୍ତର୍ଗତ ଘିଅଖଲା-ମଠପୁର ସ୍ଥିତ ପ୍ରଗତିଶୀଳ ଶିଶୁ ନାଟ୍ୟ ଅନୁଷ୍ଠାନ ପଲ୍ଲବୀ ନାଟ୍ୟ କଳା ପରିଷଦ ପକ୍ଷରୁ ଏକ କଳାକାର ସମ୍ବର୍ଦ୍ଧନା ଉତ୍ସବ ଚିଲିକା ତଟବର୍ତ୍ତୀ ଐତିହାସିକ କଳିଯୁଗେଶ୍ଵରଦେଵ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଏକ ମନୋଜ୍ଞ ସାରସ୍ବତ ସଭା ଅନୁଷ୍ଠାନ ର ସମ୍ପାଦକ ନାଟ୍ୟ କାର-ନିର୍ଦ୍ଦେଶକ ଅଶୋକ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଘିଅ ଖଲା-ମଠପୁର ସରକାରୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମନ୍ଦାକିନୀ ଦାଶ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ତଥା ସୁ ସାହିତ୍ୟିକ ରବୀନ୍ଦ୍ର କୁମାର ପ୍ରଧାନ , ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଓ ନିର୍ଦ୍ଦେଶକ ଭିକାରୀ ଚରଣ ପ୍ରଧାନ,
ବିଶିଷ୍ଟ ସଙ୍ଗୀତଜ୍ଞ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ, କିଶୋର ଚନ୍ଦ୍ର ସ୍ଵାଇଁ,କଳିଯୁଗେଶ୍ଵର ଟ୍ରଷ୍ଟ ର ଟ୍ରଷ୍ଟି ମୋହନ ପାଟ୍ଟଶାଣୀ,ମଳୟ ମହାପାତ୍ର ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ଚିଲିକା ବାଣପୁର ଅଞ୍ଚଳର ସାଂସ୍କୃତିକ ଐତିହ୍ୟ ର ପ୍ରଵହମାନ ଧାରାରେ ସାମିଲ୍ ହୋଇ ଓଡ଼ିଶାର କଳା ସଂସ୍କୃତିକୁ ସମ୍ରୃଦ୍ଧ କରିବାକୁ ଆହ୍ବାନ ଦେଇ ଥିଲେ । ଏହି ଅବସରରେ ୨୦୨୫ ବିଶ୍ଵ ନାଟ୍ୟ ମେଳା ରେ ଅନୁଷ୍ଠାନ ତରଫରୁ ପ୍ରଦର୍ଶିତ ହୋଇ ଥିବା ନାଟକ ତୁ ମୋ ଆଖିର ତାରା ର କଳାକାର ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।
ଆଗାମୀ ବିଶ୍ଵ ନାଟ୍ୟ ମେଳା ପାଇଁ ଅଶୋକ କୁମାର ପ୍ରଧାନ ଙ୍କ ଲିଖିତ ଏକ ଅନ୍ଧବିଶ୍ୱାସ ଦୂରୀକରଣ ଉପରେ ନାଟ୍ୟ ପାଣ୍ଡୁଲିପି ଅନ୍ଧଭକ୍ତି ଅତିଥି ଓ ଅଂଶ ଗ୍ରହଣ କାରୀ କଳାକାର ମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ତଥା ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ ପ୍ରଦାନ କଳା ସାଧକ ପ୍ରୃଥ୍ଵୀଧର ପ୍ରଧାନ କରିଥିଲେ।ଗତ ବିଶ୍ଵ ନାଟ୍ୟ ମେଳା ରେ ସମ୍ବର୍ଦ୍ଧିତ ହୋଇଥିବା ରଙ୍ଗ କର୍ମୀ ପ୍ରୃଥ୍ଵୀଧର ପ୍ରଧାନ ଏବଂ ନାଟକ ତୁ ମୋ ଆଖିର ତାରା ର ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ଅଶୋକ କୁମାର ପ୍ରଧାନଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଜିତେନ୍ଦ୍ର କୁମାର ସାହୁ ଓ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମରେ ସାମଗ୍ରିକ ସହଯୋଗ କରିଥିଲେ ।

No Result
View All Result