No Result
View All Result
୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ଆଠ ଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି । ଟ୍ରେନ୍ ସେବାଗୁଡିକର ନିରାପତ୍ତା କାର୍ଯ୍ୟକୁ ସୁଗମ ଓ ସୁନିଶ୍ଚିତ କରିବାରେ ସେମାନଙ୍କର ତୁରନ୍ତ କାର୍ଯ୍ୟ କାରିତା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ଏହି ସମାରୋହରେ ଶ୍ରୀ ପି.କେ. ବେହେରା,ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି)ତଥା ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ର) ଶ୍ରୀ ନମୋନାରାୟଣ ମୀନା, ଖୋର୍ଦ୍ଧାରୋଡ଼ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ।
ଏହି ଆଠ ଜଣ ରେଳ କର୍ମଚାରୀ ହେଲେ, ଶ୍ରୀ ସୋମନାଥ ପରିଡ଼ା,ଟି.ପି.ଏମ୍. ରଘୁନାଥପୁର,ଶ୍ରୀ ଦିବାକର ପ୍ରଧାନ, ଷ୍ଟେସନ ମ୍ୟାନେଜର ମର୍ଶାଘାଇ, ବୁଢାପଙ୍କର,ଟ୍ରାକ୍ ମେଣ୍ଟେନର,ଶ୍ରୀ ସୁବ୍ରତ ରଞ୍ଜନ ସାହୁ ଏବଂ ଶ୍ରୀ ଆଶିଷ ସାହୁ, ବାରଙ୍ଗର ଟ୍ରାକ୍ ମେଣ୍ଟେନର,ଶ୍ରୀ ଭାନୁପ୍ରତାପ ଦେବତା ଏବଂ ସନ୍ତୋଷ କୁମାର ଜାଲୀ,ଶ୍ରୀ ମନୋଜ କୁମାର ବେହେରା, ଟ୍ରାକ୍ ମେଣ୍ଟେନର ଭୁବନେଶ୍ୱର ଏବଂ ଶ୍ରୀ ପ୍ରଶାନ୍ତ ଗିରି,ଟ୍ରାକ୍ ମେଣ୍ଟେନର ଟାଙ୍ଗିରିଆପାଲ୍।
ଖୋର୍ଦ୍ଧା ରୋଡ଼ ଡିଭିଜନର ଏହି ସଜାଗ କର୍ମଚାରୀମାନେ, ଉପରୋକ୍ତ ସେକ୍ସନ ରେ ହଟ୍ ଏକ୍ସଲ୍ ହ୍ବିଲ୍ ବର୍ଣ୍ଣ ଏଵଂ ରେଳ ଫ୍ରାକ୍ଚର ଭଳିଆ ମାମଲା ଚିହ୍ନଟ କରି ତୁରନ୍ତ ସେମାନଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତତକ୍ଷଣାତ୍ ସେହି ମାର୍ଗ କୁ ଟ୍ରେନ୍ ଚଳାଚଳ ପାଇଁ ସ୍ତଗିତ ରଖି, ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ଆବଶ୍ୟକ ମରାମତି ଏବଂ ସତର୍କତା କାର୍ଯ୍ୟ କରାଯାଇଥିଲା।
କର୍ମଚାରୀଙ୍କ ଏହି ଉପସ୍ଥିତି ବୁଦ୍ଧି ଯୋଗୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଗଲା । ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱା,ରେଳ କର୍ମଚାରୀଙ୍କ ନିଷ୍ଠାପର ଉତ୍ସର୍ଗକୁ ପ୍ରଶଂସା କରିଥିଲେ। ନିରାପଦ ତଥା ସୁଗମ ଟ୍ରେନ୍ ଚଳାଚଳ ପାଇଁ, ଶ୍ରୀ ବାଜୱା ସମସ୍ତ ରେଳ କର୍ମଚାରୀଙ୍କୁ ନିଜ କାର୍ଯ୍ୟରେ ପ୍ରତିବଦ୍ଧ ତଥା ସଜାଗ ରହିବାକୁ ପ୍ରୋତ୍ସାହିତ କରିଥିଲେ ।

No Result
View All Result