୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବାବୁସାହେବ ସିନ୍ଧେ ନୂଆ ଗାଁ ପଂଚାୟତର ଖଜୁରୀପଦା ଗ୍ରାମ ପରିଦର୍ଶନ କରିଥିଲେ । ସେଠାରେ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । ସରପଂଚ ମମତା ମହାପାତ୍ର ପଂଚାୟତରେ ଅଙ୍ଗନୱାଡି ଘର, ମିଶନଶକ୍ତି ଗୃହ, ନଥିବା ଦର୍ଶାଇଥିଲେ । ପଂଚାୟତରେ ଡିଲର ନଥିବାରୁ ଲୋକମାନଙ୍କୁ ପାଖ ପଂଚାୟତରୁ ଚାଉଳ ,ଗହମ ଆଣିବାକୁ ଯାଉଛନ୍ତି । ଫଳରେ ହିତାଧକାରୀମାନେ ୧୦କି.ମି ଚାଲି ଚାଲି ଯାଇ କାଳିପୋଇ ପଂଚାୟତରୁ ଚାଉଳ ଆଣୁଛନ୍ତି ।















