No Result
View All Result
୩୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘ ପକ୍ଷରୁ ଆଜି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାଙ୍କୀ ବଜାରସ୍ଥ ନୃସିଂହଛକ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଟାଉନର ବିଭିନ୍ନ ଛକ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସଭ୍ୟମାନେ ଯାଇ ସଡକ ସୁରକ୍ଷା ସଚେତନତା କରାଯିବା ସହିତ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା । କିପରି ଦୁର୍ଘଟଣାରୁ ରକ୍ଷା କରାଯାଇ ନିଜ ଜୀବନ ରକ୍ଷା କରାଯିବ, ହେଲମେଣ୍ଟ୍ ପିନ୍ଧିବା, ଟ୍ରାଫିକ୍ ନିୟମ ମାନିବା ସଂପର୍କରେ ରାସ୍ତାରେ ଯାଉଥିବା ପଥଚାରୀ ଓ ଗାଡିଚାଳକମାନଙ୍କୁ ସଚେତନତା କରାଯାଇଥିଲା ।
ସଂଘର ସଭାପତି ଆଇନଜୀବୀ ବିରଞ୍ôଚ ନାରାୟଣ ଦାସ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉମେଶ ଚନ୍ଦ୍ର ମିଶ୍ର, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କୃତିବାସ ପଣ୍ଡା, ଶ୍ରୀବତ୍ସ ନାୟକ, ସଂଘସଂପାଦକ ପ୍ରଫୁଲ କୁମାର ପଣ୍ଡା, ପ୍ରମୋଦ ମହାନ୍ତି, ଶରତ ଚନ୍ଦ୍ର ଦିକ୍ଷିତ୍, ସୁବାସ ପ୍ରହରାଜ, କୁମର ପ୍ରଧାନ, ଦୀପକ କୁମାର ସାମନ୍ତରା ପ୍ରମୁଖ ଯୋଗଦାନ କରି ପଥଚାରୀମାନଙ୍କୁ ସଡକ ସୁରକ୍ଷା ଉପରେ ସଚେତନତା କରିଥିଲେ ।

No Result
View All Result