No Result
View All Result
23ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା :- ନିଜ ଦେଶ ପାଇଁ ନିଜକୁ ବଳୀ ଦେଇଥିବା ବୀର ପୁରୁଷ ସ୍ବର୍ଗତ ସୁବାଷ ଚଦ୍ର ଵୋଷ ଙ୍କ ଆଜି ପବିତ୍ର ଜନ୍ମଜୟନ୍ତୀ ଉତ୍ସବ ଦେଶ ପାଳୁଥିବା ବେଳେ ସେହି ଅବସରରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ର ବାସି ଡିଏଭି ମହାବିଦ୍ୟାଳୟ ପକ୍ଷରୁ ଆଜି ପବିତ୍ର ସୁବାଷ ଚଦ୍ର ଵୋସ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । କଲେଜ ଠାରୁ ଏନ୍ ସିସି ଛାତ୍ର ଛାତ୍ରୀ ମାନେ ଙ୍କ ଦ୍ୱାରା ପ୍ୟାରେଡ ଆରମ୍ଭ ହୋଇ କଲେଜ ଛକ ନିକଟରେ ପହଞ୍ଚିଥିଲେ ସେଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯିବା ସହ ପତକା ଉତ୍ତୋଳନ କରାଯାଇଥିଲା ।
ମୁଖ୍ୟ ଅତିଥି ଭାବେ ନିରାକାରପୁର ପୁର୍ବତନ ସରପଞ୍ଚ ତଥା ଜିଲ୍ଲା ଉପସଭାପତି ଏଵଂ ସଖା ସଂଘ କ୍ରିଡ଼ା ସଂସଦ ର ସଭାପତି ଶ୍ରୀଯୁକ୍ତ ବିପିନ କୁମାର ଜୟସିଂହ କଲେଜ ଅଧ୍ୟାପକ ଜୟନ୍ତ ବାନାର୍ଜୀ କଲେଜ୍ ର ଏନ୍ ସିସି ଅଧ୍ୟାପିକା ଲକ୍ଷୃପ୍ରିୟା ଚାନ୍ଦ ସମସ୍ତ କଲେଜ ର ଏନ୍ ସିସି ଛାତ୍ର ଛାତ୍ରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଅତିଥି ମାନେ ନେତାଜୀ ସୁବାଷ ଚଦ୍ର ଵୋଷ ଙ୍କ ଜୀବନି ଉପରେ ଏକ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଦେଶ ଭକ୍ତି ଉଦେଶ୍ୟରେ ଏକ ସ୍ଲୋଗାନ ଦିଆଯାଇଥିଲା ।

No Result
View All Result