No Result
View All Result
୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ପ୍ରେସକ୍ଲବ ବିଦ୍ୟାରତ୍ନ ଭବନ ଠାରେ କବିଚନ୍ଦ୍ର କଳାପରିଷଦ ଆନୁକୁଲ୍ୟରେ କବିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକଙ୍କ ୧୨୮ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । କବିଚନ୍ଦ୍ର କଳାପରିଷଦ ସଭାପତି ତଥା ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ଭରତ ଚନ୍ଦ୍ର ବେହେରା ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବାଙ୍କୀର ସହକାରୀ ଜିଲ୍ଲାପାଳ ହୃଷିକେଶ ତ୍ରିପାଠୀ ଯୋଗଦାନ କରି କବିଚନ୍ଦ୍ର ଓଡ଼ିଶୀ ନୃତ୍ୟ ଓ ସଂଗୀତକୁ ସାରା ରାଜ୍ୟ ତଥା ଭାରତ ବର୍ଷରେ ପ୍ରଚାର ପ୍ରସାର କରି ଓଡ଼ିଆମାନଙ୍କର ସ୍ୱାଭିମାନକୁ ଆଗକୁ ନେଇଥିଲେ ବୋଲି କହିଥିଲେ । ବାଙ୍କୀ ମାଟିର ସନ୍ତାନ ଭାବେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ମା’ଚର୍ଚ୍ଚିକାଙ୍କ ଆଶୀର୍ବାଦରୁ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ମଖ୍ୟଅତିଥି ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଥିଲେ ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଓ କବି ଘନପରିଡା ଯୋଗଦାନ କରି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କୁ ଜଣେ ଯୋଗଜନ୍ମା ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବାସ ଚନ୍ଦ୍ର ପାଢୀ ଓ କବୟିତ୍ରୀ ତୁହିନା ମିଶ୍ର ଯୋଗଦାନ କରି କବିଚନ୍ଦ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ କବୟିତ୍ରୀ ତୁହିନା ମିଶ୍ର, ଅଧିବକ୍ତା ହରେକୃଷ୍ଣ ଦାଶ ଓ ଜଗନ୍ନାଥପୁର ପାଠାଗାରାର ସଂପାଦକ ଗୁରୁବାରୀ ସାହୁଙ୍କୁ ଚଳିତ ବର୍ଷ କବିଚନ୍ଦ୍ର ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ସହ ମାନପତ୍ର , ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ଭଗବାନ ସାମଲ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କବି କୌଶିକ ନାୟକ, ବିପିନି ମହାନ୍ତି, ଚନ୍ଦ୍ରକାନ୍ତ ସିଂହ, ଇଂ.ସତ୍ୟବ୍ରତ ରଥ, ସୁବାସ ଚନ୍ଦ୍ର ପ୍ରହରାଜ, ଜ୍ଞାନେନ୍ଦ୍ର ମୋହନ ମିଶ୍ର, ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା , ଗୀତିକାର ପ୍ରଭାକର ରଥ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result