No Result
View All Result
୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଜସୁନାଖଳା :- ମଙ୍ଗଳବାର ରାଜସୁନାଖଳା ପ୍ରେସ କ୍ଲବ ର ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରେସ କ୍ଲବ ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେସର୍ବ ସଂମତି କ୍ରମେ ସାନ୍ଧ୍ୟ ଅଧିବେଶନ କରାଯାଇ କର୍ମକର୍ତା ଚୟନ କରାଯାଇଛି | ଉପଦେଷ୍ଟା ଭାବେ ଲଷ୍ମୀନାରାୟଣ ମହାପାତ୍ର, ସଭାପତି ଭାବେ ପ୍ରଭାତ କୁମାର ରଥ, ସମ୍ପାଦକ ଭାବେ କିଶୋର ରାଉତରାୟ,ସହ ସମ୍ପାଦକ ଭାବେ ରାକେଶ ଚନ୍ଦ୍ର ପାଢ଼ୀ,କୋଷାଧକ୍ଷ ଭାବେ ରାଜେନ୍ଦ୍ର କୁମାର ସାହୁମନୋନୀତ ହୋଇଛନ୍ତି |
ସଦସ୍ୟ ଭାବେ ଆର୍ତତ୍ରାଣ ପ୍ରଧାନ, ଯାଦୁନାଥ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ ଚୟନ ହୋଇଛନ୍ତି | ଆଗାମୀ ଦିନରେ ସାମ୍ବାଦିକ ଙ୍କ ସ୍ୱାର୍ଥ, ସୁରକ୍ଷା ଦୃଷ୍ଟି କୋଣରୁ କାର୍ଯ୍ୟକ୍ରମ କରିବାକୁ ନୂତନ ସଭାପତି ଶ୍ରୀ ରଥ ମତ ଦେଇଥିଲେ | ରାଜସୁନାଖଳା ଅଞ୍ଚଳ ର ଉର୍ନତି, ସ୍ୱାଭିମାନ ତଥା ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାପାଇଁ ସମ୍ପାଦକ ଶ୍ରୀ ରାଉତରାୟ ନିଜ ବକ୍ତବ୍ୟ ରେ କହିଥିଲେ | ଉପଦେଷ୍ଟା ଶ୍ରୀ ମହାପାତ୍ର ସାମ୍ବାଦିକ ଙ୍କ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରିବା ପାଇଁ ସାମୁହିକ ପ୍ରୟାସ କରାଯିବ ବୋଲି ମତ ଦେଇଥିଲେ |
ପ୍ରତିକୂଳ ପରିସ୍ଥିତି ରେ ଏକାଠି ହୋଇ ସମସ୍ତ ସମସ୍ୟା କୁ ପ୍ରତିହତ କରିବାପାଇଁ କୋଷା ଧକ୍ଷ ଶ୍ରୀ ସାହୁ ସୂଚନା ଦେଇଥିଲେ | ସାମ୍ବାଦିକ ଙ୍କ ନାମରେ ଅନ୍ୟଅଞ୍ଚଳ ର ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ରୋକିବାପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ସଦସ୍ୟ ମତ ରଖିଥିଲେ | ଆଗାମୀଦିନରେ ସମାଜର ଦୁସ୍ଥ ଲୋକ ମାନଙ୍କ ପାଇଁ ସଙ୍ଘ ଉଦ୍ୟମ କରିବା ପାଇଁ ନିଷ୍ପତି ହୋଇଥିଲା | ପରିଶେଷରେ ସଙ୍ଘର ସଦସ୍ୟ ଯାଦୁନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ |
No Result
View All Result