No Result
View All Result
୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ରୋଟାରୀ କ୍ଲବ ଅଫ୍ ଗ୍ରେଟର ଓ ସମ୍ ହସ୍ପିଟାଲ୍ର ମିଳିତ ଆନୁକୁଲ୍ୟରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଡିସାହି ସରକାରୀ ଉଚ୍ଚବିଦ୍ୟାଳୟରେ ଦାତବ୍ୟ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଟାରୀଆନ୍ ଡକ୍ଟର ସତ୍ୟପ୍ରିୟ ମହାନ୍ତି ଓ ସମ୍ହସ୍ପିଟାଲର ପ୍ରଫେସର ଡକ୍ଟର ଧର୍ମଶ୍ରୀ ଶିବିରକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ଜେନା, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ, ରୋଟାରୀଆନ୍ ଡକ୍ଟର ନିରଞ୍ଜନ ମହାନ୍ତି, ପ୍ରଫେସର କେ.ବି.ଜେନା,
ଡକ୍ଟର ଡି.ଏନ୍.ମହାନ୍ତି, ପ୍ରଶାନ୍ତ କୁମାର ରାଉତ, ଆଇନଜୀବୀ ବିମ୍ବିସାର ଦାଶ, ପ୍ରଭାତୀ ମହାପାତ୍ର, ଦୀପକ କୁମାର ଓଝା, ମିଲନ୍ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସମ୍ ହସ୍ପିଟାଲର ପ୍ରଫେସର୍ ଡାକ୍ତର ଧର୍ମଶ୍ରୀଙ୍କ ନେତୃତ୍ୱରେ ଡାକ୍ତର ଉପାସନା ମହାପାତ୍ର, ଶୁଭ୍ରା ସାହା, ରୀତିକ ରଞ୍ଜନ ଓଝା, ପ୍ରୀତି ସାମନ୍ତ, ସୌର୍ଯ୍ୟ ସାହୀ, ଶ୍ରୀନିବାସ ମିଶ୍ର, କଲ୍ୟାଣୀ ସାମଲ, ବିଶ୍ୱରଞ୍ଜନ ସାହୁ, ସମୀକ୍ଷା ସାଖି, ଅଙ୍କିତ କୁମାର, ଚେତନା ପ୍ରକାଶ ସାହୁ, ଆଲୋକ ବିଶ୍ୱାଳ, ଅବିନାଶ ଦାସ ଓ ସୌମ୍ୟକାନ୍ତ ଦାଶ ପ୍ରମୁଖଙ୍କ ସହାୟତାରେ ୨୫୦ଜଣ ରୋଗୀଙ୍କ ଦାନ୍ତ ପରୀକ୍ଷା କରିବା ସହ ଚିକିିତ୍ସା ପରାମର୍ଶ ଓ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ମିଲନ୍ କୁମାର ସାହୁ ଓ ଦୀପକ ରଞ୍ଜନ ଓଝା ଶିବିରକୁ ପରିଚାଳନା କରିଥିଲେ ।
No Result
View All Result