No Result
View All Result
୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ପବିତ୍ର ମାର୍ଗଶିର ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ଠାରୁ ଦୀର୍ଘ ୩ ଦିନ ଧରି ଶ୍ରୀଜଗନ୍ନାଥ ସେନା ତରଫରୁ ଆୟୋଜନ କରାଯାଇଥିବା ଦେବ ଦୀପାବଳି ର ଆଜି ଅନ୍ତିମ ଦିବସ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦ ଯଶୋଦା, ଦେବକୀ, ବସୁଦେବ ଓ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଙ୍କୁ ଶ୍ରାଦ୍ଧ ଦେବା ଵିଧି ରହିଛି l
ତେଣୁ ଆଜି ସନ୍ଧ୍ୟା ୭ଘଟିକା ସମୟରେ ରଣପୁର ଶ୍ରୀଜଗନ୍ନାଥ ଙ୍କ ସିଂହଦ୍ୱାର ଆଗରେ ଶ୍ରୀଜଗନ୍ନାଥ ସେନା ତରଫରୁ ଦ୍ବୀପ ଦାନ କରାଯାଇଛି l ଆବାହକ ଶ୍ରୀ ବିରଜା ମିଶ୍ର ଙ୍କ ତତ୍ୱାବଧାନ ରେ ଦୀର୍ଘ ତିନିଦିନ ଦ୍ବୀପ ଦାନ କରାଯାଇଥିଲା l ଅନେକ ଭକ୍ତ, ଶ୍ରଦ୍ଧାଳୁ ପୂଜା ପଣ୍ଡା, ସେବାୟତ ଓ ଜଗନ୍ନାଥ ସେନା ର କର୍ମ କର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l
ପୂଜା ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରିବା ସହ କୃଷ୍ଣ ଦ୍ବିପୟନ ବେଦ ପାଠଶାଳା ର ଛାତ୍ର ବେଦ ଉଚ୍ଚାରଣ କରିଥିଲେ ପରେ ପରେ ଗୀତ ଗୋବିନ୍ଦ ଗାନ କରାଯାଇଥିଲା l ପରେ ଦୀପ ଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅଶୋକ ମହାପାତ୍ର, ରାଜକିଶୋର ପଟ୍ଟନାୟକ, ଡ଼ଃ ସତ୍ୟ ନାରାୟଣ ମିଶ୍ର,ନରେନ୍ଦ୍ର ସ୍ୱାଇଁ, ସୁରେଶ ମହାରଣା, ବିଷ୍ଣୁ ପ୍ରସାଦ ମିଶ୍ର,ପୂଜା ପଣ୍ଡା ପ୍ରଫୁଲ୍ଲ ନନ୍ଦ,
ଶିବାନନ୍ଦ ସାହୁ, ଏଣ୍ଡୁ, ଉମେଶ ମହାପାତ୍ର, ଜିତନ, ସତ୍ୟନାରାୟଣ ମହାପାତ୍ର, ସଂଜୀବ ପ୍ରଧାନ, ସୂର୍ଯ୍ୟ ନାରାୟଣ, ଅଶ୍ୱିନ ତୋଟାଲ, ଟିକି, ନିରଞ୍ଜନ ଗୁରୁ, ଆଦି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ସହଯୋଗ କରିଥିଲେ l ଶ୍ରୀଜଗନ୍ନାଥ ସେନା ର ପ୍ରତ୍ୟେକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l 


No Result
View All Result