No Result
View All Result
୦୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ବିଶ୍ବ ଏଡ଼ସ୍ ଦିବସ ପରିପ୍ରେକ୍ଷୀରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି. କାର୍ଯ୍ୟକ୍ରମରେ ସଭାପତିତ୍ବ କରି କଲେଜର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଛାତ୍ରଛାତ୍ରୀମାନଙ୍କୁ ଏଡ଼ସ୍ ରୋଗର ଭୟାବହତା ବିଷୟରେ ଅବଗତ କରାଇଥିଲେ. ସଭାରେ ଗୌରମୋହନ ସାହୁ ଜନସାଧାରଣଙ୍କର ଏଡ଼ସ୍ ଭୂତାଣୁ ସମ୍ବନ୍ଧୀୟ ବିଶେଷ ଜ୍ଞାନ ନଥିବା ହେତୁ ଦୁର୍ଦ୍ଦଶା ଭୋଗୁଥିବା ଜଣାଇଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୀତିଶ୍ରୀ ମଲ୍ଲିକ “ମିଳିତ ଭାବେ ଏଡ଼ସ୍ କିମ୍ବା ଏହି ଭୂତାଣୁକୁ ଆୟତ୍ତାଧୀନ” ବିଷୟବସ୍ତୁ ଉପରେ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରାୟ ୧୫୦ ଛାତ୍ରଛାତ୍ରୀ ଓ ରେଡକ୍ରସ ସ୍ବେଚ୍ଛାସେବୀଙ୍କୁ ନେଇ ଅନୁଷ୍ଠିତ ଉତ୍ସବକୁ ଯୁବ ରେଡକ୍ରସ ଅଫିସର ବିଜୟିନୀ ଶୁଭଦର୍ଶିନୀ ଓ ଡକ୍ଟର ଜୟରାମ ସିଂ ସାମଲ ପରିଚାଳନା କରିଥିଲେ. ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟରେ ସନ୍ତୋଷ କୁମାର ବେହେରା, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ଦୀପିକା ରାଣୀ ତୁରୁକ୍, ରୀନାବାଳା ଘଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ.
No Result
View All Result