No Result
View All Result
ଆମେ ଖାଇବୁ କଣ ?
ବଂଚିବୁ କେମିତି ?
★ ସୀମାରେ ମାରିଲେ ନାଲି ପତାକା
★ ଦେଲେ ଚେତାବନୀ
★ ସମାନ ପରିମାଣର ଜମି ନ ଦେବା ଯାଏଁ ଜାରୀରଖିବେ ସଂଗ୍ରାମ
୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆଗେଇ ପାରୁନି ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡିଶା ର ଜୀବନ ରେଖା କୁହାଯାଉଥିବା ,ବହୁ ପ୍ରତିକ୍ଷିତ ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ । ରେଳପଥ ନିର୍ମାଣରେ ବାଧକ ସାଜୁଛି ଜମି ଅଧିଗ୍ରହଣ ଓ ଟନେଲ ନିର୍ମାଣ । ଆଜି ମୁଣ୍ଡୁଳୀ ନୂଆଗାଁ ଠାରୁ ପଥରଗଣ୍ଡ ( ଜାମୁସାହି ) ୨୬୦୦ ମିଟର ଲମ୍ବ ଟନେଲ୍ ନିର୍ମାଣ ପୁର୍ଣ୍ଣାଂଗ ହେବାକୁ ଯାଉଥିବାବେଳେ , ଜମି ଅଧିଗ୍ରହଣ ସମସ୍ୟାକୁ ନେଇ , ରେଳ ପ୍ରକଳ୍ପ ନିର୍ମାଣକୁ ଯୋରଦାର୍ ବିରୋଧ କରିଛନ୍ତି ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମ ପଂଚାୟତ ବୁଗୁଡା କଲୋନୀ ଗ୍ରାମର ଗ୍ରାମବାସୀମାନେ ।
୪ ତାରିଖ ସକାଳ ୮ ଘଣ୍ଟା ସମୟରେ ଗ୍ରାମର ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ପାରଂପାରିକ ଅସ୍ତ୍ରଶସ୍ତ୍ର ଧରି ରେଳପଥ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ନିଜ ଗ୍ରାମ ସୀମା ସରହଦ ନିକଟରେ ପହଞ୍ଚି ,ନାଲି ପତାକା ମାରିବା ସହିତ ପ୍ରକଳ୍ପ କାର୍ଯ୍ୟକୁ ଯୋରଦାର୍ ବିରୋଧ କରିଥିଲେ । କ୍ଷତିଗ୍ରସ୍ତ ହେଉଥିବା ଜମିର ସମାନ ପରିମାଣର ଜମି ସେମାନକୁଂ ପ୍ରଦାନ ନ କରିବା ପର୍ଯ୍ୟନ୍ତ ସେମାନେ ରେଳପଥ କାର୍ଯ୍ୟ କରାଇ ଦେବେନାହିଁ ବୋଲି ଚେତାବନୀ ଦେଇଥିଲେ ।
ଯଦି ସରକାର ଯୋର୍ ଯବରଦସ୍ତ ରେଳପଥ କାର୍ଯ୍ୟ କରନ୍ତି , ତେବେ ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼େଇ ଜାରୀ ରଖିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । କିଛି ଗ୍ରାମବାସୀ କଂ କହିବା ମୁତାବକ ଯଦି ସରକାର ଆମ ଭିଟାମାଟି ଓ ପରିବାରକୁଂ ଉଛନ କରନ୍ତି ତେବେ ଆମେ ପିଲାଛୁଆ ଓ ଗୃହପାଳିତ ପଶୁମାନକୁଂ ଧରି ପ୍ରକଳ୍ପ କାର୍ଯ୍ୟ କୁ ବିରୋଧ କରିବୁ । ଯଦି ପ୍ରକଳ୍ପ ହେବ ତେବେ ଆମ ଆଦିବାସୀ ମାନକଂ ଶବ ର ପାହାଡ଼ ଉପରେ ହିଁ ପ୍ରକଳ୍ପ ହେବ । ଆଉକିଛି ଗ୍ରାମବାସୀ କୋହଭରା କଣ୍ଠରେ କହୁଥିଲେ ଯେ , ସରକାର ଆମକୁ ୫୬ ମସିହାରୁ ଏଇଠି ଜାଗାବାଡି ଦେଇ ଥଇ ଥାପନା କରିଥିଲା ,ଆଜିଯଦି ଆମ ଜମିବାଡ଼ି ଛଡେଇ ନେବେ ତେବେ , ଆମେ ଖାଇବୁ କଣ ? ବଂଚିବୁ କେମିତି ? 

No Result
View All Result