No Result
View All Result
୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସମାଜ ସେବାରେ ସମର୍ପିତ ହେଲା ଆଉ ଏକ ନୂତନ ରୋଟାରୀ ଆମ୍ବୁଲାନ୍ସ। ସମାଜସେବାରେ ଅହରହ ଜଡିତ ଥିବା ବିଶ୍ବର ଏକ ସର୍ବବୃହତ ସେବା ଅନୁଷ୍ଠାନ ହେଉଛି ରୋଟାରୀ କ୍ଳବ୍ । ସମାଜର ଅଭାବୀ ଲୋକମାନଙ୍କୁ କମ୍ ଖର୍ଚ୍ଚରେ ସେବା ଯୋଗାଇଦେବା ପାଇଁ ନୟାଗଡ଼ ରୋଟାରୀ କ୍ଳବ୍ ର ଆର୍ଥିକ ସହଯୋଗରେ କ୍ରୟ ହୋଇଥିବା ଆମ୍ବୁଲାନ୍ସଟିକୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡ଼ାକ୍ତର ସୁଶାନ୍ତ କୁମାର ଦାସ ଓ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ଅଜୟ କୁମାର ବାହିନୀପତି ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସ ସେବାର ଉଦଘାଟନ କରିଛନ୍ତି ।
ରୋଟାରୀ କ୍ଳବ୍ ର ଏଇ ସମାଜସେବା ପ୍ରବୃତ୍ତିକୁ ଅତିଥି ମାନେ ବହୁ ପ୍ରଶଂସା କରିଥିଲେ । ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ରେ କ୍ଳବ୍ ର ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇ, ସଂପାଦକ ଅବିନାଶ ସାହୁ ଓ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ମିହିର ରଞ୍ଜନ ନାୟକ,ଧୀରେନ୍ଦ୍ର କୁମାର ପଟ୍ଟନାୟକ,ଜି. ରଶ୍ମିରାଜ୍, ଦିଲ୍ଲିପ ମିଶ୍ର, ବାସୁଦେବ ସାହୁ , ଦେବାଶିଷ ପଟ୍ଟନାୟକ, ସନ୍ତୋଷ କୁମାର ନାୟକଙ୍କ ସମେତ ବରିଷ୍ଠ ସାମ୍ବାଦିକ ତଥା ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result