No Result
View All Result
୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ବାତ୍ୟା ପେଙ୍ଗଲ୍ ପ୍ରଭାବ ରେ ଗଜପତି ଜିଲ୍ଲା ମୋହନା ଅଞ୍ଚଳ ରେ ତିନିଦିନ ଧରି ଝିପି ଝିପି ବର୍ଷା ଲାଗି ରହିଛି। ଯାହା ଫଳରେ ମୋହନା ବ୍ଲକ ର ବିଜୟପୂର୍ ଗାଁ ର ସମସ୍ତ୍ ଚାଷୀ ଚାଷ କରିଥିବା ଧାନ ଫସଲ କୁ ନେଇ ଏବେ ଚିନ୍ତାରେ ରହିଛନ୍ତି । ସୁରକ୍ଷିତ ଭାବେ ରଖିବା ପାଇଁ ଧାନ ଖଳା ନଥିବାରୁ ଅମଳ ହୋଇଥିବା ଧାନ ଫସଲକୁ ନିଜ ବିଲରେ କାଟି ରଖିଛନ୍ତି ।
ଯାହାକି ଏବେ କଟା ହୋଇଥିବା ଧାନ ଫସଲରେ ଏବେ ଗଜା ଲାଗିଲାଣି । ବର୍ଷ ସାରା କିଭଳି ନିଜ ଅମଳ କରିଥିବା ଧାନ କୁ ସଂଗ୍ରହ କରି ପରିବାର ପୋଷଣ କରିଥାନ୍ତି । ହେଲେ ଚଳିତ ବର୍ଷ ଅଦିନିଆ ବର୍ଷା ସବୁ ବିଗାଡି ଦେଇଛି । ସରକାର ଙ୍କ ତରଫରୁ ଯଦି କୌଣସି ସାହାର୍ଯ୍ୟ ମିଳିବ ତା ହେଲେ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ବିଯୟପୂର୍ ଗାଁ ର ସମସ୍ତ ଚାଷୀ ।
No Result
View All Result