୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆଦ୍ୟ ତାରିଖ 2024 ଡିସେମ୍ବର ମାସ 3 ତାରିଖ ଦିନ ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ବତନ୍ତ୍ର ବିଦ୍ୟାଳୟ ଠାରେ ବିଶ୍ଵ ଭିନ୍ନକ୍ଷମ ଦିବସ ଅତି ଆଡ଼ମ୍ବରେ ପାଳନ କରାଯାଇ ଥିଲା। ଉକ୍ତ ଦିବସ ରେ ମୋହନା ପଞ୍ଚାୟତ ସମିତି ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଶିଷ ଶତପଥୀ ମୁଖ୍ୟ ଅତିଥି ଭାବେ ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁ ମହୋଦୟ ସଭାପତିତ୍ବ କରିଥିଲେ ।
ଉକ୍ତ ଉତ୍ସବ ପାଳନ କରିବା ଅଭିପ୍ରାୟ ରେ ସମ୍ମାନ୍ୟ ଅତିଥି ମାନଙ୍କ ମଧ୍ୟରୁ ଶ୍ରୀ ଯୁକ୍ତ ଦୁର୍ଗା ପ୍ରସାଦ ପଣ୍ଡା ସହକାରୀ ନିର୍ବାହୀ ଯନ୍ତ୍ରୀ ମୋହନା ବ୍ଲକ ଶ୍ରୀ ଯୁକ୍ତ ମଧୁସୂଦନ ପାଢ଼ୀ ଅବସର ଶିକ୍ଷକ ଶ୍ରୀ ଯୁକ୍ତ ମାର୍ଶାଲ ନାୟକ ଅବସର ସ୍କୁଲ ପରିଦର୍ଶକ ଶ୍ରୀ ଯୁକ୍ତ ପ୍ରଶାନ୍ତ ବୀର ଅବସର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ମଧୁସୂଦନ ନାୟକ ବିଦ୍ୟାଳୟ ର କମିଟି ସଭ୍ୟ ଏବଂ ପରିଚାଳନା କମିଟି ବୃନ୍ଦ – କୃଷ୍ଣ ସାହୁ ସଭ୍ୟ , ସୁରେନ୍ଦ୍ର ଜେନା କୋଷାଦକ୍ଷ ,
ରବୀନ୍ଦ୍ର ସାମନ୍ତରାୟ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଏବଂ ସମାଜ ସେବୀ ଶ୍ରୀ ଯୁକ୍ତ ଅଶୋକ ବେହେରା ଓ ଅନ୍ୟାନ୍ୟ ସମ୍ମାନୀୟ ଅତିଥି ରୂପେ ଯୋଗଦାନ କରିଥିଲେ ଏବଂ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ପିଲାମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେଇଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷା ନିରୋଜା କୁମାରୀ ବେହେରା ସଭାକାର୍ଯ୍ୟ ପରିଚାଳନା କରି ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଇଥିଲେ। ଶେଷରେ ଶ୍ରୀ ଯୁକ୍ତ ମଧୁସୂଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାପତି ସଭାକାର୍ଯ୍ୟ କୁ ବନ୍ଦ ଘୋଷଣା କରିଥିଲେ ।