No Result
View All Result
ଚତୁର୍ଦଶୀ ଅବସରରେ ଦ୍ଵିତୀୟ ଦିବସରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦଶରଥ ଓ କୌଶଲ୍ୟା ଙ୍କୁ ଶ୍ରାଦ୍ଧ ଦେବା ଵିଧି ରହିଛି l
୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ପବିତ୍ର ଶୁକ୍ଲପକ୍ଷ ଚତୁର୍ଦଶୀ ଅବସରରେ ଦ୍ଵିତୀୟ ଦିବସରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦଶରଥ ଓ କୌଶଲ୍ୟା ଙ୍କୁ ଶ୍ରାଦ୍ଧ ଦେବା ଵିଧି ରହିଛି l ତେଣୁ ଆଜି ସନ୍ଧ୍ୟା ୭ଘଟିକା ସମୟରେ ରଣପୁର ଶ୍ରୀଜଗନ୍ନାଥ ଙ୍କ ସିଂହଦ୍ୱାର ଆଗରେ ଶ୍ରୀଜଗନ୍ନାଥ ସେନା ତରଫରୁ ଦ୍ବୀପ ଦାନ କରାଯାଇଛି l ଏହି ଦ୍ବିପଦାନ ତିନିଦିନ ଧରି ଶ୍ରୀଜଗନ୍ନାଥ ସେନା ତରଫରୁ ଅନୁଷ୍ଠିତ ହେବ l
ଆବାହକ ଶ୍ରୀ ବିରଜା ମିଶ୍ର ଙ୍କ ତତ୍ୱାବଧାନ ରେ ଦ୍ବୀପ ଦାନ କରାଯାଇଥିଲା l ଅନେକ ଭକ୍ତ, ଶ୍ରଦ୍ଧାଳୁ ଓ ଜଗନ୍ନାଥ ସେନା ର କର୍ମ କର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ପୂଜା ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରିବା ସହ କୃଷ୍ଣ ଦ୍ବିପୟନ ବେଦ ପାଠଶାଳା ର ଛାତ୍ର ବେଦ ଉଚ୍ଚାରଣ କରିଥିଲେ ପରେ ପରେ ଗୀତ ଗୋବିନ୍ଦ ଗାନ କରାଯାଇଥିଲା l ପରେ ଦୀପ ଦାନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ଅଶୋକ ମହାପାତ୍ର, ନେହେରୁ, ନରେନ୍ଦ୍ର ସ୍ୱାଇଁ, ସୁରେଶ ମହାରଣା, ବିଷ୍ଣୁ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ନନ୍ଦ, ଶିବାନନ୍ଦ ସାହୁ, ଏଣ୍ଡୁ, ଉମେଶ ମହାପାତ୍ର, ଜିତନ, ସତ୍ୟନାରାୟଣ ମହାପାତ୍ର, ସଂଜୀବ ପ୍ରଧାନ, ସୂର୍ଯ୍ୟ ନାରାୟଣ, ଅଶ୍ୱିନ ତୋଟାଲ,ଟିକି,ନିରଞ୍ଜନ ଗୁରୁ,ଆଦି ଶ୍ରୀଜଗନ୍ନାଥ ସେନା ର ପ୍ରତ୍ୟେକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l ଆସନ୍ତା କାଲି ଏହି କାର୍ଯ୍ୟକ୍ରମ ଜାରି ରହିବ l

No Result
View All Result