ହେଲେ ସେ ଯେଉଁ ଭଳି ନାବାଳିକା ଅବସ୍ଥାରେ ବିବାହ କରିଥିଲେ ଓ ଏଥିପାଇଁ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆନ୍ଦୋଳନ ଆରମ୍ଭ କରି ପରେ ଅଞ୍ଚଳରେ ମହିଳା ନେତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବଂ ଦେଶୀ ମଦ ବିକ୍ରିର କେନ୍ଦ୍ରବିନ୍ଦୁ ନିଜ ଗାଁ ଦସିଙ୍ଗବାଡି ଗ୍ରାମର ମହିଳାମାନଙ୍କୁ ସଂଗଠିତ କରିଥିଲେ। ଆନ୍ଦୋଳନ ତୀବ୍ର କରିଥିଲେ। ଏଥିପାଇଁ ତାଙ୍କୁ ନିଜ ସମ୍ପ୍ରଦାୟର ଲୋକଙ୍କ ସହ ବିରୋଧର ସାମ୍ନା କରିବାକୁ ପଡିଥିଲା। ବିରୋଧ ସତ୍ତ୍ୱେ ସେ ଡାସିଙ୍ଗବାଡି ପଞ୍ଚାୟତକୁ ଏକ ମଦମୁକ୍ତ ଗ୍ରାମ ପଞ୍ଚାୟତ କରିବା ପାଇଁ ଆଗକୁ ଅଣ୍ଟା ଭିଡି ସଫଳ ହୋଇଥିଲେ। ୧୯୯୫ରେ ମଦମୁକ୍ତ ଗ୍ରାମ ପଞ୍ଚାୟତ ଭାବରେ ଦାସିଙ୍ଗବାଡିକୁ ଗାନ୍ଧୀ ପୁରସ୍କାର ମିଳିଥିଲା। ଏହି ଆନ୍ଦୋଳନ ପାଇଁ ବସ୍ତିନାଙ୍କୁ ତତ୍କାଳ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ବଡ଼ ସହଯୋଗ ମିଳିଥିଲା। ସେ ଓ ତାଙ୍କ ମହିଳା ଦଳ ବିଜୁବାବୁଙ୍କୁ ଭୁବନେଶ୍ୱର ଯାଇ ଭେଟି ଅଞ୍ଚଳର ମଦ କାରବାର ଓ ବାଲ୍ୟ ବିବାହ ରୋକିବା ପାଇଁ ନିବେଦନ କରିବାରୁ ବସ୍ତିନାଙ୍କ ସହ ଯାଇଥିବା ମୋଟ ୧୨ ଜଣ ମହିଳାଙ୍କୁ ବିଜୁବାବୁ ସ୍ବତନ୍ତ୍ର ପୋଲିସ ପାୱାର ପ୍ରଦାନ କରିଥିଲେ ଓ ୧୨ଟି ବିଜୁ ଠେଙ୍ଗା ଯୋଗାଇଦେଇଥିଲେ। ଯାହା କି ସେହି ସମୟରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ବସ୍ତିନାଙ୍କ ଏହି ସ୍ଥାନକୁ ଆଉ କିଏ ଯିବା ମୁସ୍କିଲ ତାଙ୍କ ବିୟୋଗରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି। ଗୁରୁବାର ବସ୍ତିନାଙ୍କ ଶେଷକୃତ୍ୟ କରାଯିବ ବୋଲି ତାଙ୍କ ପୁଅ ସଦାନନ୍ଦ ସିଂ କହିଛନ୍ତି।
© 2023 Odisha Taza News.