No Result
View All Result
୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ୍ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ନୂଆଗାଁ ହାଇସ୍କୁଲ୍ ଏବଂ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟ ରୁ କିପରି ସୁରକ୍ଷିତ ରଖିପାରିବା ସେ ଉପରେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା।ନୂଆଗାଁ ଅଗ୍ନିଶମ ବିଭାଗ ଅଧିକାରୀ ଅପୂର୍ବ ରଞ୍ଜନ ସାହୁ ଙ୍କ ତତ୍ବାବଧାନରେ ନିଆଁ ଲାଗିବା ସମୟରେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜକୁ ,ପରିବାର କୁ ସୁରକ୍ଷିତ ରଖିପାରିବା ସେ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ ।
ତତ୍ ସହିତ ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟ ରୁ କିପରି ସୁରକ୍ଷିତ କରାଯାଇପାରିବ ସେ ଉପରେ ଛାତ୍ର ଛାତ୍ରୀ ଙ୍କୁ ଅଗ୍ନିଶମ ଅଧିକାରୀ ପ୍ରଶ୍ନ କରିଥିଲେ । ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ୍ନ ଦେଇଥିଲେ ଅଗ୍ନିଶମ ଅଧିକାରୀ।ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀ ସାହୁ ଙ୍କ ସମେତ ଫାୟାର ମ୍ୟାନ୍ ରତ୍ନାକର ଭୋଇ, ଆଭାସ ରଞ୍ଜନ ସାମଲ , ସୁଚିତ୍ର ବଳିଆର ସିଂ,ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ,ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ଆଦର୍ଶ ବିଦ୍ୟାଳୟ ଓ ନୂଆଗାଁ ହାଇସ୍କୁଲ୍ ର ଶିକ୍ଷକ ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
No Result
View All Result