No Result
View All Result
୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଆନୁକୁଲ୍ୟରେ ‘ଜାତୀୟ ନୂତନ ଶିକ୍ଷାନୀତି -୨୦୨୦’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର କଲେଜ ଦୃଶ୍ୟଶ୍ରାବ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ଇନ୍ଦିରାଗାନ୍ଧି ସରକାରୀ ମହାବିଦ୍ୟାଳୟ, ତେଜୁ ଅରୁଣାଚଳ ପ୍ରଦେଶର ସହକାରୀ ପ୍ରଫେସର ଡକ୍ଟର ସୁକାନ୍ତ କୁମାର ପ୍ରଧାନ ଯୋଗଦାନ କରି ନୂତନ ଶିକ୍ଷାନୀତି -୨୦୨୦ର ବିଭିନ୍ନ ଦିଗ ବିଶେଷ କରି ୪ବର୍ଷିୟା ସ୍ନାତକ ପାଠ୍ୟକ୍ରମ, କ୍ରେଡିଟ୍ ସିଷ୍ଟମ୍ ଓ ଗବେଷଣା ଆଦି ତଥ୍ୟ ଉପରେ କମ୍ପ୍ୟୁଟର ମାଧ୍ୟମରେ ବହୁ ଉଦାହରଣ ପ୍ରଦାନ କରିଥିଲେ । ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନୂତନ ଶିକ୍ଷାନୀତି ପ୍ରଚଳନ ହେଉଥିବା ପରୀପ୍ରେକ୍ଷୀରେ ଏପରି ଜାତୀୟ ଆଲୋଚନାଚକ୍ର ଛାତ୍ରଛାତ୍ରୀମାନଙ୍କୁ ନୂଆ ଶିକ୍ଷାନୀତି ଉପରେ ଧାରଣା ସୃଷ୍ଟି କରିବ ବୋଲି ପ୍ରଫେସର ଡକ୍ଟର ପ୍ରଧାନ ଉଲ୍ଲେଖ କରିଥିଲେ ।
ସମ୍ମାନିତ ବକ୍ତା ଭାବେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରସନ୍ନ କୁମାର ମହାପାତ୍ର ଯୋଗଦାନ କରି ଜାତୀୟ ଶିକ୍ଷାନୀତି ପ୍ରଚଳନ ହେବା ଦ୍ୱାରା ଆମ ଦେଶର ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରରେ ସେମାନଙ୍କର କୃତିତ୍ୱ ଓ ପରାକାଷ୍ଠ ଦେଖାଇପାରିବେ ବୋଲି ଉଲ୍ଲେଖ କରିଥିଲେ । ଉକ୍ତ ଆଲୋଚନାଚକ୍ରକୁ ପରିଚାଳନା କମିଟି ବରିଷ୍ଠ ସଦସ୍ୟ ସମରେନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଶୁଭଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ଚଳିତ ବର୍ଷ ପ୍ରଥମ ବର୍ଷର ସ୍ନାତକ ଛାତ୍ରଛାତ୍ରୀମାନେ ନୂତନ ଶିକ୍ଷାନୀତି ଅନୁଯାୟୀ ଶିକ୍ଷା ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପକ ସୁକାନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଛାତ୍ରଛାତ୍ରୀମାନେ ନୂତନ ଶିକ୍ଷା ନୀତି ସମ୍ବନ୍ଧରେ ଭଲଭାବରେ ବୁଝିଲେ ଅନ୍ୟମାନଙ୍କୁ ବୁଝେଇପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇ.କ୍ୟୁ.ଏସିର ସଂଯୋଜକ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ସ୍ନାତକୋତ୍ତର ବିଭାଗ ସମୂହର ସଂଯୋଜକ ଡକ୍ଟର ଶଶିଭୂଷଣ ମହାପାତ୍ର, ଅଧ୍ୟାପିକା ଜ୍ୟୋର୍ତିମୟୀ ପାଢୀ, ସୁଭଦ୍ରା ମହତାବ ମହାବିଦ୍ୟାଳୟ ଅସୁରେଶ୍ୱରର ଅଧ୍ୟାପିକା ଅନୁସୂୟା ରାଉତରାୟ, ପ୍ରହଲାଦ ପଞ୍ଚାୟତ ମହାବିଦ୍ୟାଳୟ ନିଶ୍ଚିତକୋଇଲିର ଅଧ୍ୟାପିକା ସ୍ନେହସ୍ମିତା କର , ଅଧ୍ୟାପିକା ଶିବାନୀ ଦେବଦର୍ଶିନୀ ପ୍ରଧାନ, ଅଧ୍ୟାପକ ବିପ୍ରବର ରାଉତ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଭାଗନେଇଥିଲେ । ଅଧ୍ୟାପିକା ଦୁର୍ଗେଶ୍ୱରୀ ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଜ୍ୟୋର୍ତମୟୀ ସାହୁ, ସଂନ୍ଧ୍ୟାରାଣୀ ସାହୁ ଓ ଅର୍ଚ୍ଚିତା ପାଣି ପରିଚାଳନା କରିଥିଲେ । ଏହି ଅବସରରେ ବିଶ୍ୱରୂପା ମହାପାତ୍ର , ପୂଜା ବେହେରା, ସୀତୁ ବେହେରା ଓ ଶୁଭାଶିଷ ବେହେରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।
No Result
View All Result