No Result
View All Result

୨୭ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଭାରତୀୟ ଉପମହାଦେଶର ଜାତୀୟତା, ଦେଶପ୍ରେମ ଓ ଅଖଣ୍ଡତା ପାଇଁ ସମ୍ବିଧାନ ଏବଂ ସମ୍ବିଧାନର ମୌଳିକ ଉପାଦାନ ଜାଣିବା ନିହାତି ଆବଶ୍ୟକ । ୨୬ ନଭେମ୍ବର ୧୯୪୯ ମସିହାରେ ସମ୍ବିଧାନ ସମ୍ପୂର୍ଣ୍ଣ ହୋଇଥିବାବେଳେ, ୨୬ ଜାନୁଆରୀ ୧୯୫୦ ମସିହାରୁ ସମ୍ବିଧାନ କାର୍ଯ୍ୟକ୍ଷମ ହେଲା । ସମ୍ବିଧାନର ମହନୀୟତାକୁ ଜାଣିବା ଉଦେଶ୍ୟରେ ୨୬ ନଭେମ୍ବର କୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇ ଆସୁଅଛି । ଆଜି ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ସମସ୍ତ ବିଚାରପତି ଏବଂ କର୍ମଚାରୀ ମାନଙ୍କୁ ନେଇ ଦିବା ୧୧ ଘଟିକା ସମୟରେ ସମ୍ବିଧାନର ମୁଖବନ୍ଧ ପଠନ କରାଯାଇଥିଲା ।
ପୁନଶ୍ଚ ଅପରାହ୍ନ ୪.୩୦ ଘଟିକା ସମୟରେ ଜିଲ୍ଲା କୋର୍ଟ ପରିସର ତୃତୀୟ ମହଲା କନଫରେନ୍ସ ହଲ ରେ “ମୌଳିକ କର୍ତ୍ତବ୍ୟ” ଉପରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ସଭାକାର୍ଯ ଅନୁଷ୍ଠିତ ହୋଇ, ସମ୍ବିଧାନ ଏବଂ ମୌଳିକ କର୍ତ୍ତବ୍ୟ ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ପରିବାର ଅଦାଲତ ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀମତୀ ରିଜା ରାୟ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ସ୍ଵୟଂପ୍ରଭା ଆଚାର୍ୟ, ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ରବିନାରାୟଣ ବେହେରା, ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା, ରେଜିଷ୍ଟର ଡ. ନିଶାକର ସାହୁ ,
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ବଳ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସନାତନ କାଲୋ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଆଇନଜୀବି ଶ୍ରୀ ଦଣ୍ଡପାଣି ସ୍ବାଇଁ, ଶ୍ରୀ ମଳୟ ଗୋପୀନାଥ ରଥ, ଶ୍ରୀ ଚତୁର୍ଭୁଜ ପ୍ରଧାନ, ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଶ୍ରୀ ମଦନ ମୋହନ ପଣ୍ଡା, ଶ୍ରୀ ସୁନିଲ କୁମାର ମହାପାତ୍ର, ଶ୍ରୀ କାର୍ତ୍ତିକ ନାୟକ ଏବଂ ମହମ୍ମଦ ଓମାର ମାଲିକ ମତ ପ୍ରଦାନ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ନୟାଗଡ ର ଛାତ୍ରୀ ମାନେ ଏକ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିବା ସହିତ ସମସ୍ତ ନ୍ୟାୟ ଅଧିକାର ମିତ୍ର ଏବଂ ବରିଷ୍ଠ ଆଇନଜୀବି ଦଣ୍ଡପାଣି ସ୍ବାଇଁ, ଶ୍ରୀ ରମେଶ ଚନ୍ଦ୍ର ମହାରଣା ଏବଂ ପ୍ୟାନେଲ ଆଡଭୋକଟେ ମାନଙ୍କୁ, ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ନୟାଗଡ ବାର ର ସମସ୍ତ ଆଇନଜୀବୀ, ସାମ୍ବାଦିକ, ନ୍ୟାୟ ଅଧିକାର ମିତ୍ର ଏବଂ ପ୍ରାଧିକରଣର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ପବନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result