୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଦୀର୍ଘ ଦିନଧରି କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିବା ଦୁଇଟି ବ୍ରିଜର ଶୁଭ ଶିଳାନ୍ୟାସ ମଙ୍ଗଳବାର ଦିନ କଟକ ସଦର ବିଜେପି ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ନଡ଼ିଆ ବାଡେଇ ଶିଳାନ୍ୟାସ କରିଥିଲେ । ଦେଢ଼ କୋଟି ଟଙ୍କା ବ୍ୟୟରେ ଫୁଲନଖରା ଡିଷ୍ଟିବ୍ୟୁଟାରୀ କେନାଲର ଭୂଇଁୟ୍।ସାହି ଠାରେ ନିର୍ମିତ ହେବାକୁ ଥିବା ବ୍ରିଜର ଶିଳାନ୍ୟାସ କରିଥିଲେ ।
ପରେ ପରେ ନୂଆଗଡ଼ ଗ୍ରାମର ଅନନ୍ତ ବଳିଆ ଆଶ୍ରମ ନିକଟରେ ପୁରୀ ମୁଖ୍ୟ ନାଳରେ ୪ କୋଟି ୯୫ ଲକ୍ଷ୍ୟ ଟଙ୍କା ବ୍ୟୟରେ ହେଵାକୁ ଥିବା ବ୍ରିଜର ଶିଳାନ୍ୟାସ କରିଥିଲେ । ଏହି ଉପଲକ୍ଷେ ଏକ ସଭା ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କଟକସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ କହିଲେ ଯେ, ବିଜେପି ଲୋକଙ୍କ ସରକାର । ଏଣୁ ବିଜେପି ସରକାର ବିକାଶ କାର୍ଯ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦେଉଛି ।
ଏଅଞ୍ଚଳର ବିକାଶ କାର୍ଯ୍ୟ କରାଯିବ । ଆର ଡି ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିବା ବ୍ରିଜକୁ କାମ ନେଇଥିବା ଠିକାଦାର ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଭଳି ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରିବେ ସେ ଦିଗରେ ବିଭାଗୀୟ ଅଫିସର ମାନେ ଦୃଷ୍ଟି ଦେବାକୁ କହିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଅନନ୍ତ ବଳିଆ କଲେଜର ସମସ୍ୟା ପ୍ରତି ଦୃଷ୍ଟି ଦେବାପାଇଁ ବିଧାୟକଙ୍କ ପାଖରେ ଦାବି ରଖିଥିଲେ । ଏହି ସଭାରେ କଟକ ନଗର ବିଜେପି ଉପସଭାପତି ସ୍ୱାଧିନ ଚେତା ମହାନ୍ତି,
ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ଶିଶିର କୁମାର ରାଉତରାୟ, ବିଜେପିର କାର୍ଯ୍ୟକର୍ତ୍ତା ନିହାର ପଣ୍ଡା, ସନ୍ତୋଷ କୁମାର ସାମନ୍ତରାୟ, ତ୍ରୈଲୋକ ପ୍ରଧାନ, ପ୍ରଶନ୍ନ ପ୍ରଧାନ, ପ୍ରମୋଦ କୁମାର ବେହେରା, ପ୍ରମୋଦ କୁମାର ଓଝା , ଆର ଡିର ସହକାରୀ ଯନ୍ତ୍ରୀ ,ଜେଇ ପ୍ରମୁଖ ଯୋଗ ଦେଇଥିଲେ । କାଳନ୍ଦୀ ରାଉତ ଙ୍କସମେତ ୪ ଗୋଟି ୱ।ର୍ଡ଼ର ବହୁ ବିଜେପି କର୍ମୀ ଉକ୍ତ ଶିଳାନ୍ୟାସ କାର୍ଯ୍ୟରେ ଯୋଗ ଦେଇଥିଲେ ।