• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

Proprietor Abhimanyu Maharana by Proprietor Abhimanyu Maharana
October 6, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ
Share on FacebookShare on TwitterWhatsapp

ପ୍ରତିଭା ପ୍ରଦର୍ଶନରେ ମୁଖରିତ ହେଲା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା

ରଣପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହଂସରା ପରିସରରେ ଆନନ୍ଦ ଓ ଉତ୍ସାହର ପରିବେଶରେ ସଫଳତାର ସହ ସମ୍ପାଦିତ ହୋଇଛି। କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧୀନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜର ଲୁକ୍କାୟିତ ପ୍ରତିଭା, ସୃଜନଶୀଳତା ଓ କଳାତ୍ମକ ଦକ୍ଷତାର ଚମତ୍କାର ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ପାମ୍ପଡା ବିଦ୍ୟାଳୟର ଛାତ୍ର ସନ୍ଦୀପ ପ୍ରଧାନଙ୍କ ଦ୍ୱାରା ମନମୁଗ୍ଧକର ବନ୍ଦେ ମାତରମ୍ ସଙ୍ଗୀତ ଗାନ ପରିବେଶକୁ ଦେଶାତ୍ମବୋଧରେ ଭରି ଦେଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ହଂସରା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଅନ୍ତର୍ଯ୍ୟାମୀ ପ୍ରଧାନ, ନରସିଂହପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଗୀତାଞ୍ଜଳି ସାହୁ, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ରଣପୁରର ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ, ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, ବିଶିଷ୍ଟ ଶିକ୍ଷାବିତ୍ତ ଅଶୋକ କୁମାର ଦାଶ, ନୀଳାଦ୍ରି ବିହାରୀ ସୁବୁଦ୍ଧି, ଶିକ୍ଷାବିତ୍ତ ବିଦେଶିନୀ ପତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ଓ ସୃଜନଶୀଳତାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।

ଏଥିସହ ନରସିଂହପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ, ନରସିଂହପୁର କ୍ଲଷ୍ଟରର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ସାମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ବେହେରା, ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ସତ୍ୟ ନାରାୟଣ ମହାପାତ୍ର, ହଂସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ଦେଇ, ଗ୍ରାମ ସଭାପତି ଗଦାଧର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜାନକୀ ବଲ୍ଲଭ ଦାସ, ଶିକ୍ଷାବିତ୍ତ ମହେନ୍ଦ୍ର କୁମାର ସୁବୁଦ୍ଧି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପବିତ୍ର ବାରିକ, କୁଳାସର କ୍ଲଷ୍ଟରର ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ବରାଡ଼ ଓ ସୁନାଖଳା କ୍ଲଷ୍ଟରର ସାଧନ କେନ୍ଦ୍ର ସଂଯୋଜକ ଅକ୍ରୁର କୁମାର ରାଉତ୍ତରାୟ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ସୁରଭି-୨୦୨୬ର ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ବ୍ଲକସ୍ତରୀୟ ସୁରଭି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବିଜେତା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ଉତ୍ସାହିତ କରାଯାଇଥିଲା । ଅନୁଷ୍ଠାନର ଆଉ ଏକ ଆକର୍ଷଣ ଥିଲା କ୍ଲଷ୍ଟରର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଓ ସହକାରୀ ଶିକ୍ଷୟତ୍ରୀମାନଙ୍କୁ ଅତିଥି ଭାବେ ସମ୍ମାନିତ କରାଯିବା। ଶିକ୍ଷା କ୍ଷେତ୍ରରେ ସେମାନଙ୍କର ଅବଦାନକୁ ସ୍ମରଣ କରି ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ସମଗ୍ର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ସଂଯୋଜନା ନରସିଂହପୁର କ୍ଲଷ୍ଟରର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା କରିଥିଲେ। କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ କ୍ଲଷ୍ଟରର ବରିଷ୍ଠ ଶିକ୍ଷୟତ୍ରୀ ଲକ୍ଷ୍ମୀ ଦେଇ, ସରୋଜିନୀ ଖୁଣ୍ଟିଆ, ପାଞ୍ଚାଳୀ ଦେଇ, ପୂର୍ଣ୍ଣଚନ୍ଦ୍ର ପତି, ଅଜୟ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ଭାଗବତ ଜେନା,

ମଧୁଛନ୍ଦା ମହାନ୍ତି ଓ ରମେଶ ଚନ୍ଦ୍ର ନାୟକଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ଗ୍ରାମବାସୀ ଓ ଅଭିଭାବକମାନଙ୍କର ସକ୍ରିୟ ସହଯୋଗ ରହିଥିଲା । ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ, ଶିକ୍ଷକ-ଅଭିଭାବକଙ୍କ ସହଭାଗିତା ଏବଂ ସମାଜର ସହଯୋଗର ଏକ ସୁନ୍ଦର ସମନ୍ୱୟରେ ନରସିଂହପୁର କ୍ଲଷ୍ଟରର ସୁରଭି-୨୦୨୬ ଏକ ସ୍ମରଣୀୟ ଅନୁଷ୍ଠାନ ଭାବେ ସଫଳତାର ସହ ସମାପ୍ତ ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 6, 2026
ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

October 6, 2026
 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

October 6, 2026
ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା

ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା

October 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 6, 2026
ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

October 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version