No Result
View All Result
୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ ଦରକାର । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ସରକାରୀ ଆଇ.ଟି.ଆଇ ନୟାଗଡ଼ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ଶ୍ରୀ ପବନ କୁମାର ବେହେରାଙ୍କ ସଂଯୋଜନାରେ ସଭାକାର୍ଯ ଅନୁଷ୍ଠିତ ହୋଇଥିଲା ।
ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ପୋସ୍କୋ ନିୟମର ଆବଶ୍ୟକତା ସହିତ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଉଦାହରଣ ସହିତ ପ୍ରାଞ୍ଜଳ ଭାବରେ ଦର୍ଶାଇଥିଲେ । ଆଇନଜୀବି ଶ୍ରୀ କାମାକ୍ଷା ପ୍ରସାଦ ଦାସ ନାଗରିକର ମୌଳିକ କର୍ତ୍ତବ୍ୟ ଉପରେ କହିବା ସହିତ, ସଦସ୍ୟ ମହମ୍ମଦ ଓମାର ମାଲିକ ଜିଲ୍ଲା ଆଇନ ସେବା ପ୍ରାଧିକାରଣ କାର୍ଯ୍ୟର ଦୃଷ୍ଟାନ୍ତ ବୁଝାଇଥିଲେ ।.
ବରିଷ୍ଠ ଆଇନଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା ଶିଶୁ ମାନଙ୍କୁ ଯୌନ ଶୋଷଣ ଏବଂ ବାଳ ଅପରାଧ ନିରାକରଣ ଓ ନିୟମ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।ଜିଲ୍ଲା ଶିଶୁ ସୁରକ୍ଷା ଅନୁଷ୍ଠାନର ପରାମର୍ଶଦାତା ଶ୍ରୀ ଅରସାଦ ଅନସାରି ଶିଶୁ ସୁରକ୍ଷାର ମାଧ୍ୟମ ବୁଝାଇଥିଲେ । ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଶ୍ରୀ ରାଜେଶ କୁମାର ବାରିକ,
ନ୍ୟାୟ ଅଧିକାର ମିତ୍ର ଶ୍ରୀମତୀ ମମତା ବେହେରା, ଶୁଭସ୍ମୀତା ମିଶ୍ର, ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା, ପୋଲିସ ଏବଂ ସାମ୍ବାଦିକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଛାତ୍ରୀମାନେ ଏକ ଚିତାକର୍ଷକ ନୃତ୍ୟରେ ଶିକ୍ଷାର ଉପକାର ଦର୍ଶାଇଥିଲେ । ଭରପ୍ରାପ୍ତ ଅଧକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ବରାଡ ଶିଳ୍ପ ଭିତ୍ତିକ ଶିକ୍ଷାରେ ଏହି ପ୍ରକାର ସଚେତନତା କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ବିଶେଷ ଗୁରୁତ୍ଵପୂର୍ଣ୍ଣ ବୋଲି ଦର୍ଶାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସଚିବ ଏହି ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ଵ ନିର୍ମିତ ପ୍ରକଳ୍ପ ଦେଖି ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ ।
No Result
View All Result