No Result
View All Result
ରାଜ୍ୟ ବିଧାନସଭା ୱେବରେ ୰ଅନ୍ତର୍ଯ୍ୟାମୀ ସାହୁ ଖଣ୍ଡପଡ଼ାଙ୍କ ନାମ ଭୁଲରେ ଦର୍ଶାଯାଇଛି ।୰ସାହୁ ଖଣ୍ଡପଡ଼ାର ପ୍ରଥମ ମନୋନୀତ ବିଧାୟକ ଅଟନ୍ତି, ଯାହାକି ବର୍ତ୍ତମାନର ଖଣ୍ଡପଡ଼ାର ମାନ୍ୟବର ବିଧାୟକ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।
୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦେଶ ସ୍ୱାଧିନପରେ ଦେଶୀୟ ରାଜ୍ୟ ଗଡ଼ଜାତ ମିଶ୍ରଣ ୧୯୪୮ ଜାନୁୟାରୀରେ ହେଲା ଏହି କ୍ରମରେ ସର୍ବପ୍ରାଚୀନ ଗଡ଼ଜାତ ରଣପୁର ଓଡ଼ିଶା ରାଜ୍ୟ ଶାସନରେ ସାମିଲ ହୋଇଥିଲା l ତତ୍ପରେ ଉଣପୁରରୁ ରାଜ୍ୟ ବିଧାନସଭାକୁ ବିଶିଷ୍ଟ ପ୍ରକାମଣ୍ଡଳ ନେତା୰ମୁରଲୀଧର ଦାସ ପ୍ରଥମ ମନୋନୀତ ବିଧାୟକ ଭାବେ ପ୍ରତିନିଧିତ୍ୱ କଲେ । ମାତ୍ର ରାଜ୍ୟ ବିଧାନସଭା ୱେବରେ ୰ଅନ୍ତର୍ଯ୍ୟାମୀ ସାହୁ ଖଣ୍ଡପଡ଼ାଙ୍କ ନାମ ଭୁଲରେ ଦର୍ଶାଯାଇଛି ।୰ସାହୁ ଖଣ୍ଡପଡ଼ାର ପ୍ରଥମ ମନୋନୀତ ବିଧାୟକ ଅଟନ୍ତି, ଯାହାକି ବର୍ତ୍ତମାନର ଖଣ୍ଡପଡ଼ାର ମାନ୍ୟବର ବିଧାୟକ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି । ସେ ଏହି ପତ୍ରକୁ ମାନନୀୟ ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି ।
ସାମାଜିକ କର୍ମୀ ସୁରେଣ ମିଶ୍ର ୰ମୁରଲୀଧରଙ୍କ ନାମ ସଯୋଗ ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ଏକ ଆଦେଶ ମଧ୍ୟ ପାଇଛନ୍ତି । କ୍ରମାଗତ ଭାବେ ଏସଂକ୍ରାନ୍ତରେ ସମାଜ ଖବରକାଗଜ ଓ ଓଡ଼ିଶା ତାଜାନ୍ୟୁଜ ବାରବାର ପ୍ରକାଶ କରିଆସୁଛନ୍ତି । ରଣପୁର ବୁଦ୍ଧିଜୀବିଙ୍କ ପକ୍ଷରୁ ଏକ ତଥ୍ୟ ସମ୍ବଳିତ ଦାବୀ ପତ୍ର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ପ୍ରଦାନ କରାଯାଇଛି, ଯେହେତୁ ମାନନୀୟାବାଚ଼ସ୍ପତି ରଣପୁରରୁ ପ୍ରତିନିଧିତ୍ବ କରୁଛନ୍ତି ମାଟିର ସ୍ୱାର୍ତ୍ତିମାନ ପାଇଁ ତୁରନ୍ତ ଏହି ଐତିହାସିକ ତୃଟିର ସଂଶୋଧନ ପାଇଁ ତୁରନ୍ତ ଆବଶ୍ୟକୀୟ ଜରୁରୀ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ଜୋର ଧରିଛି ।
ମୁରଲୀ ବାବୁଙ୍କ ପୌତ୍ର ସାମାଜିକ କର୍ମୀ ମନୋଜ ଦାସ ନିଜେ ବ୍ୟକ୍ତିଗତ ଭାବେ ମଧ୍ୟ ମାନନିୟା ବାଚସ୍ଵତିଙ୍କୁ ଭେଟି ନିଜସ୍ଵ ଅନୁରୋଧ ରଖିଛନ୍ତି । ଐତିହାସିକ ପ୍ରଜାମେଳିର ଗାଁ ଙ୍କଧନୟାଗଡ଼ ଯେଉଁଠି ୰ମୁରଲୀଧର ଦାସଙ୍କ ଜନ୍ମମାଟି ଅଟେ । ଦୀର୍ଘ ବର୍ଷର ଏହି ଭୁଲସଂଶୋଧିତ ହେବା ଅତ୍ୟନ୍ତ ଆବଶ୍ୟକ, ଫଳତଃ ବର୍ତ୍ତମାନ ଓ ଆଗାମୀ ପିଢ଼ୀ ଇତିହାସର ସତ୍ୟତା ସଂପର୍କେ ଠିକଣା ଭାବେ ଅବଗତ ହୋଇପାରିବେ । ଶ୍ରୀମତୀ ପାଢ଼ୀମହୋଦୟାଙ୍କ ସକରାତ୍ମକ ପଦକ୍ଷେପକୁ ସ୍ୱାଧୀନତା ସଂଗ୍ରାମୀଉଭରାଧିକାରୀ ସଂଘ, ବରିଷ୍ଠ ଓ ବୁଦ୍ଧିଜିବୀ ସଂଘ ଅପେକ୍ଷା କରିଛି ।
No Result
View All Result