୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ନୂଆବଜାର ପୋତପୋଖରୀ ଜାଭିୟର ସ୍କୁଲ ଯିବା ରାସ୍ତାରେ ଭାରିଯାନ ଚଳାଚଳକୁ ନିଷେଧ ପାଇଁ ରାସ୍ତାରେ ହାଇଟ୍ ବାରିଅର ନିର୍ମାଣ କରାଯାଇଥିଲା । ଆଜିକୁ ୫ ଦିନ ତଳେ ବିଳମ୍ବିତ ରାତିରେ କୌଣସି ଏକ ଗାଡି ଧକ୍କା ଦେବାରୁ ଭାଙ୍ଗି ଯାଇଛି । ସେହି ରାସ୍ତାରେ ପ୍ରତେକ ଦିନ ଶହ ଶହ ସଂଖାରେ ଗାଡି ଚଳାଚଳ ସାଙ୍ଗକୁ ଶହ ଶହ ପିଲା ଜାଭିୟର ସ୍କୁଲକୁ ଯାଆସ କରିଥାନ୍ତି । ସନ୍ଧ୍ୟା ହେଲେ ଅନ୍ଧାରୁଆ ହୋଇଯିବାରୁ ବହୁ ଲୋକ ମୁଣ୍ଡ ବାଡେଇ ହୋଇ ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହେଇଛି । ସ୍ଥାନୀୟ ଲୋକେ ବିଭାଗିୟ ଅଧିକାରୀଙ୍କୁ ଜଣାଇବା ସ୍ୱତେ କିଛି ସୁଫଳ ମିଳୁ ନଥିବା କୁହନ୍ତି ।ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।
ଐତିହାସିକ ବାଲିଯାତ୍ରାରେ ଖାଦ୍ୟ ସୁରକ୍ଷା ଅଧିକାରୀ ଖାଦ୍ୟ ଦୋକାନ ଦିନବେଳେ ଯାଞ୍ଚ କଲାପରେ ବ୍ୟବସାୟୀ ଚାଲାକ ହୋଇ ବଳକା ବାସିଖାଦ୍ୟ ଷ୍ଟଲରେ ନରଖି ଘରେ ଓ ପଡିଆ ବାହାରେ ରଖି ସନ୍ଧ୍ୟା ଗହଳି ସମୟରେ ଆଣି ଗ୍ରାହାକଙ୍କୁ ତିଆରି କରି ଦେଉଛନ୍ତି । ଅଧିକାରୀଙ୍କ ଠାରୁ ବ୍ୟବସାୟୀ ଚାଲାକ ହୋଇଛନ୍ତି।ସନ୍ଧ୍ୟା ସମୟରେ ଯାଞ୍ଚ ହେବା ଆବଶ୍ୟକ ବୋଲି ଅଭିଯୋଗ ହେଉଛି ।