No Result
View All Result
୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା : -> ଏବେ ଦଶପଲ୍ଲା ପଶ୍ଚିମାଞ୍ଚଳରେ ବାହା ଓ ହାତୀ ପାଇଁ ଏକର ଏକର ଅମଳକ୍ଷମ ଧାନ ଫସଲ ନଷ୍ଟ ହେଉଛି । ଜମିରେ ଧାନ ପାଚିବା ସମୟ ହୋଇଛି। ଧାନକାଟି ବାଡ଼ିକୁ ଆଣିବା ପାଇଁ ଚାଷୀ ସଜବାଜ ଜ ହେଉଥିବା ବେଳେ ,ଏବେ ଦାଉ ସାଜୁଛନ୍ତି ବନ୍ୟଜନ୍ତୁ । ଯାହାକି ଗତକାଲି ରାତିରେ ଟାକରା ସେକ୍ସନର ଦୁର୍ଗାପ୍ରସାଦ, ଶାଳଭଙ୍ଗା, ଜାମୁସାହି, ତଇଳାସାହି ସମେତ ବାଣିଗୋଛା ସେକ୍ସନର ଗରସା ଓ ରାଗୁଡ଼ା ଆଦି ଗ୍ରାମରେ ଏଭଳି ଉପଦ୍ରବ ହୋଇଥିବା ଚାଷୀ ଅଭିଯୋଗ ଆଣିଛନ୍ତି।
ଅନ୍ୟପାର୍ଶ୍ଵରେ ଗତକାଲି ରାତିରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇଥିବା ବେଳେ ଆସିଥିବା ହାତୀ ବନ୍ୟପ୍ରାଣୀ ବିଭାଗ ଅଞ୍ଚଳରେ ଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ବନ୍ୟପ୍ରାଣୀ ଉପଦ୍ରବକୁ ନେଇ ଚାଷୀଙ୍କର ଯାହାବି କ୍ଷୟକ୍ଷତି ହୋଇଛି ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଟାକରା ବନପାଳ ଓ ବାଣିଗୋଛା ବନପାଳ କହିଛନ୍ତି । ତେବେ ଏଥିପାଇଁ ଚାଷୀ କୁଂ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି ।
No Result
View All Result