No Result
View All Result
୧୯ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାସିଂ ପଞ୍ଚାୟତର କୁରୁଗୁବା ଠାରେ EDII, ଅହମଦାବାଦ ଫାଉଣ୍ଡେସନ, ଆନୁକୂଲ୍ୟରେ କଦଳୀ ଗଛ ରୁ ସୁତା ପ୍ରସ୍ତୁତି ତାଲିମ ଶିବିର ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ତାଲିମ ଶିବିର 05-112024 ଠାରୁ ଆରମ୍ଭ ହୋଇ 30-11-2024 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l
ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କଦଳୀ ଗଛରୁ କଦଳୀ ସଂଗ୍ରହ ପରେ ଗଛ କୁ ନ ଫୋପାଡ଼ି ସେଥିରୁ ଫାଇବର ବାହାର କରି ଫାଇବର ରୁ ସୁତା,କଣ୍ଢେଇ ଏବଂ ନାନା ପ୍ରକାରର ଘରୋଇ ସାମଗ୍ରୀ ପ୍ରସ୍ତୁତ କରିବା ଓ କଦଳୀ ମଞ୍ଜା ରୁ ୩ ପ୍ରକାରର ଆଚାର, ପାମ୍ପଡ , ବଡ଼ି ଓ ଜାମ୍ କିପରି ପ୍ରସ୍ତୁତ ହୋଇପାରିବ, ତାହା ଏହି ଶିବିରରେ ତାଲିମ ଦିଆଯାଉଛି l
ଏହି ସାମଗ୍ରୀ ଗୁଡିକୁ ବିକ୍ରି କରି ମହିଳା ମାନେ କିପରି ଅର୍ଥ ରୋଜଗାର କରି ପାରିବେ ଓ ନିଜ ପରିବାର ପ୍ରତିପୋଷଣ କରିବେ ତାହା ହିଁ EDII ଫାଉଣ୍ଡେସନ ର ମୂଳ ଲକ୍ଷ୍ୟ ରହିଛି l ମହିଳା ମାନେ ତାଲିମ ପ୍ରାପ୍ତ କରିବା ପରେ ସେମାନଙ୍କୁ ତାଲିମ ପ୍ରମାଣ ପତ୍ର ଦିଆଯିବ ବୋଲି କହିଛନ୍ତି ମା ରାମଚଣ୍ଡୀ ଫାଉଣ୍ଡେସନ ର ଉପଦେଷ୍ଟା ନାରାୟଣ ସାହୁ l
ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ GM DIC ସୁନାରାମ ସିଂ, ମିଶନଶକ୍ତି DPC ଟିମନ ବାରା,DIPA ବଦ୍ରିନାରାୟଣ ମିଶ୍ର, ଡେପୁଟି ଡାଇରାକ ଟର ହାଲଟିକାଲଚାର ସୁଶାନ୍ତ ଦାସ, EDII ର କୋଡିନେଟର ସାଇକତ ସୂତ୍ର ଧର, ଟ୍ରେନର ନାରାୟଣ ମିଶ୍ର,
ବିଶ୍ୱ ହିନ୍ଦୁ ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଶବର, କୁରୁଗୁବା ଗ୍ରାମ ସଭାପତି ରାଜୁ ଭୂୟାଁ ମଂଚାସୀନ ଥିବା ବେଳେ ପରିଚାଳନା କରିଥିଲେ ଜିଲ୍ଲା ସଂଯୋଜକ ସୁଶାନ୍ତ ଗମାଙ୍ଗ ଓ ଗ୍ରାମର ମହିଳା ମା ମାନେ ଏବଂ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l
No Result
View All Result