No Result
View All Result
୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ରାଜ୍ୟ ସ୍ତରୀୟ ନୌବାଣିଜ୍ୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା ରେ ନୟାଗଡ ଜିଲ୍ଲା ରୁ ଦୁଇଜଣ କବି ସମ୍ବର୍ଦ୍ଧିତ ହୋଇଛନ୍ତି।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଶିକ୍ଷକ ତଥା କବି ସୁରେନ୍ଦ୍ର ନାଥ ଖଣ୍ଡୁଆଳ ଏବଂ ଚିନ୍ତାମଣି ବିଦ୍ୟାପୀଠ ସଂପଡା ର ଶିକ୍ଷକ ହୃଷିକେଶ ପ୍ରଧାନ । ସୂଚନା ଅନୁଯାୟୀ କୈବଲ୍ୟ ସାହିତ୍ୟ ସଂସଦର ୬୧ ତମ ରାଜ୍ୟସ୍ତରୀୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା ବାଣିପୀଠ ଶ୍ରୀ ରାମଚନ୍ଦ୍ର ଭବନ, କଟକରେ ଅନୁଷ୍ଟିତ ହୋଇ ଯାଇଛି । ବାଲିଯାତ୍ରା ଅବସରରେ ଏହା କଥା ଓ କବିତା ଝଙ୍କାର ।
ପ୍ରଥମ ଅଧିବେଶନରେ ରାଜ୍ୟସ୍ତରୀୟ ବାଲିଯାତ୍ରା ଏବଂ ନୌବାଣିଜ୍ୟ ଶୀର୍ଷକରେ ଓଡ଼ିଶାର ପଚିଶ ଗୋଟି ଜିଲ୍ଲାରୁ ଆସିଥିବା କବି ଓ କବୟିତ୍ରୀ ବୃନ୍ଦ ନୂତନ ଧାରାରେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ମହେଶ୍ୱର ମହାନ୍ତି ଉଦ୍ ଘାଟନ କରି ଅନୁଷ୍ଠାନର ସୁଦୂର ପ୍ରସାରି ନୂତନ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ଵ କରି ଅତୀତରେ ନୌବାଣିଜ୍ୟ ସାଧବ ପୁଅ ମାନଙ୍କ ଜୀବନ ଜୀବିକା ର ମାଧ୍ୟମ ଥିଲା ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟ ଅତିଥି ପ୍ରାକ୍ତନ ବିଚାରପତି ( ସି.ବି.ଆଇ ) ଶ୍ରୀଯୁକ୍ତ ଭିକାରୀ ଚରଣ ରାଉତ ନୌବାଣିଜ୍ୟ ସଂସ୍କୃତି ଉତ୍କଳୀୟ ସାମାଜିକ ଜୀବନକୁ ସମୃଦ୍ଧ କରି ପାରିଛି ବୋଲି ସ୍ପଷ୍ଟ କରିଥିଲେ । ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟ ଓ ସଂସ୍କୃତି ଗବେଷକ ବିଜୟ ମଲ୍ଲ ନୌବାଣିଜ୍ୟ ଉତ୍କଳୀୟ ସଂସ୍କୃତିର ସୂକ୍ଷ୍ମ ପରିଚୟ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଜେନା , ଆଇ. ଏ.ଏସ ଶ୍ରୀଯୁକ୍ତ ବିଜୟ ଦାସ , ନାଟ୍ୟକାର ଓ ସ୍ତମ୍ଭକାରଡଃ ତୋଫାନ ଜେନା,ଶ୍ରୀଯୁକ୍ତ ବିପିନ୍ ବିହାରୀ ବାରିକ ଶ୍ରୀଯୁକ୍ତ ବିପିନ ଦଳାଇ ,
ଶ୍ରୀଯୁକ୍ତ ପ୍ରେମଚାନ୍ଦ ମହାନ୍ତି, ଡ଼ଃ ମହେଶ୍ୱର , ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଶ୍ୟାମା ପ୍ରସାଦ ମିଶ୍ର, ଡ଼କ୍ଟର ଯଶୋବନ୍ତ ସାମଲ, କଥାକାର ଏବଂ ସାହିତ୍ୟିକ ଏବଂ ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ବିଶିଷ୍ଠ ସାହିତ୍ୟିକ ଡକ୍ଟର ମହେଶ୍ୱର ମହାନ୍ତି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଦୁଇଜଣ କବିଙ୍କୁ ସମ୍ବର୍ଦ୍ଧିତ କରିଥଲେ । ଦ୍ଵିତୀୟ ଅଧିବେଶନରେ ଡ଼କ୍ଟର ପ୍ରଶାନ୍ତ କୁମାର ମହାରଣା, ବରିଷ୍ଠ ଅଧ୍ୟାପକ ଓଡ଼ିଆ ବିଭାଗ ମଞ୍ଚ ପରିଚାଳନା କରିଥିଲେ । ଝାରସୁଗୁଡ଼ା ନିବାସୀ କବି ଅରୁଣ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।
No Result
View All Result