No Result
View All Result
୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଏ । ଏହି ମାସରେ ଶ୍ରଦ୍ଧାଳୁ ମାନେ ଆମିଷ ଭୋଜନ କରିନଥାନ୍ତି । ଦୀର୍ଘ ଏକ ମାସ ଧରି ବ୍ରତ ରଖିଥାନ୍ତି । କାର୍ତ୍ତିକ ମାସର ପଞ୍ଚୁକ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝିଅ ଏବଂ ମହିଳାମାନେ ତୁଳସୀ ଚଉଁରା ମୂଳେ ମୁରୁଜ ପକାଇ ବ୍ରତ ରଖିଥାନ୍ତି । ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ଚଉଁରା ମୂଳେ କାର୍ତ୍ତିକ ମାହାତ୍ମ ।
ପାଠ କରାଯାଏ । ସେହିପରି ବିଭିନ୍ନ ସ୍ଥାନରେ ପଞ୍ଚୁକ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକେଶ୍ୱର ମୂର୍ତ୍ତି ପୂଜା କରାଯାଇଥାଏ । କାର୍ତ୍ତିକ ବ୍ରତ ରଖିଥିବା ଶ୍ରଦ୍ଧାଳୁ ମାନେ ପୂର୍ଣ୍ଣିମା ଦିନ ଭୋରୁ ବିଭିନ୍ନ ନଦୀ, ନାଳ, ପୁଷ୍କରିଣୀରେ ବୋଇତ ଭଷାଇ ମନ୍ଦିରକୁ ଯାଇ ମହାଦେବଙ୍କୁ ଦର୍ଶନ କରି ବ୍ରତ ଉଜାପନ କରିଥାନ୍ତି ।
ଏହି ଅବସରରେ ଶ୍ରଦ୍ଧାଳୁ ମାନେ ସ୍ନାନ କରିସାରିବାପରେ ଶୁକ୍ରବାର ଭୋରୁ କଟକ ସଦର ଥାନା ଅନ୍ତର୍ଗତ, ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ନିକଟରେ ଥିବା ପୁରୀ ମେନ୍ କେନାଲରେ କଦଳୀ ପଟୁଆରେ ନିର୍ମିତ ଡ଼ଙ୍ଗା , ଶୋଲ ଡ଼ଙ୍ଗାରେ ଦୀପ, ଧୂପ , ଦୂବ, ବରକୋଳି ପତ୍ର,
ଅରୁଆ ଚାଉଳ ପାନ ଗୁଆ ଥୋଇ ବୋଇତ ଭଷାଇଲା ବେଳେ ଆ କା ମା ବୈ , ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧର୍ମ ମୋର କହି ବୋଇତ ଭଷାଇଥିଲେ । ପରେ ପରେ କାର୍ତ୍ତିକେଶ୍ୱରଙ୍କୁ ଦର୍ଶନ କରି ପାଖରେ ଥିବା ଲକ୍ଷେଶ୍ୱର ମହାଦେବ ମନ୍ଦିରକୁ ଯାଇ ଦର୍ଶନ କରି ପୂଜା ଅର୍ଚ୍ଚନା କରି ବ୍ରତ ଉଯାପନ କରିଥିଲେ ।
No Result
View All Result