No Result
View All Result
ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭୁବେଶ୍ବରସ୍ଥିତ ଅଟଳ। ନିକଟରେ ଥିବା ଏମିନେନସ କୋରାଲ ର କୁଇନସ୍ କ୍ଲବ ର ମହିଳା ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ଚଳିତ ବର୍ଷ ରଜ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସଶକ୍ତିକରଣ, ସହଯୋଗ, ସେବା ଓ ସଂସ୍କୃତି ଥୂଲା ଚଳିତ ବର୍ଷ ରଜମହୋତ୍ସବ ର ମୁଖ୍ୟ ଆଧାର । ନାରୀ ମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ସହଯୋଗ କୁ ଆଧାର କରି ସମାଜରେ ବିଭିନ୍ନ ସେବାକରିବା,ବୃକ୍ଷରୋପଣ କରିବା,ନାରୀ ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ସମାଜର ମଙ୍ଗଳ କରିବା ଲକ୍ଷ୍ୟ ନେଇ ଏହି ମହିଳା ସଂଗଠନ ବିଗତ ୩ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରି ଆସୁଛନ୍ତି ।

ଆମ ସଂସ୍କୃତି, ଐତିହ୍ୟ,ପରମ୍ପରା ଓ ଓଡ଼ିଆ ଅସ୍ମିତା ର ମହାନ୍ ପର୍ବ ରଜ କୁ ମହା ଆଡ଼ମ୍ବର ସହକାରେ ଜୁନ୍ ୧୪ ତାରିଖରେ ପାଳନ କରିଛନ୍ତି। ଏହି ଅବସରରେ ଓଡ଼ିଆ ମାନଙ୍କର ଘରେ ପ୍ରସ୍ତୁତ ସୁସ୍ବାଦୁ ବ୍ୟଞ୍ଜନ, ବିଭିନ୍ନ ପ୍ରକାରର ପିଠା ଯଥା କାକରା, ମଣ୍ଡା,ଆରିସା ମୋଦକ, ପୋଡ଼ପିଠା ଇତ୍ୟାଦି ମୀନାବଜାରର ମୁଖ୍ୟ ଆକର୍ଷଣ ଥୂବାବେଳେ ରଜ ପାନ ର ବେଶ୍ ମଜା ନେଇଥିଲେ ଉପସ୍ଥିତ ପୁରୁଷ,ମହିଳା, ଯୁବକ ଯୁବତୀ ଓ କୁନି କୁନି ପିଲାମାନେ। ପହିଲି ରଜ ର ପ୍ରଥମ ସନ୍ଧ୍ୟାରେ କ୍ଲବ୍ ର ସଭାପତି ସମିତା ରାଉତ ଙ୍କ ଅଧକ୍ଷତାରେ ଏକ ଉଦ୍ ଘାଟନ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ କୋରାଲ ୱେଲଫେଆର ସୋସାଇଟି ର ସଭାପତି ପଦ୍ମଲୋଚନମହନ୍ତି, ସମ୍ପାଦକ ମହେନ୍ଦ୍ର କୁମାର ଦାସ,ସୁଦର୍ଶନ ରଥ ଏବଂ କାତ୍ୟାୟନୀ ବାନାର୍ଜୀ ଯୋଗଦେଇ ରଜ ଉତ୍ସବ ର ମହନୀୟତା କୁ ବର୍ଣ୍ଣନା କରିବା ସହ କ୍ଲବ ର ଏତାଦୃଶ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। କ୍ଲବର ଉପସଭାପତି ବିଶ୍ବକଲ୍ୟାଣୀ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଉଦ୍ ଘାଟନ ସଭା ପରେ ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ଦୀର୍ଘ ପାଞ୍ଚ ଘଣ୍ଟା ଧରି ମନମୋହିତ କରିଥିଲା । ଓଡ଼ିଶା ତଥା ବିଶ୍ବବିଖ୍ୟାତ ଓଡ଼ିଶୀ ନୃତ୍ୟ ସହିତ ସମ୍ବଲପୁରୀ ଲୋକ ନୃତ୍ୟ,ରଜ ସଙ୍ଗୀତ ସାଙ୍ଗକୁ ଆଧୁନିକ ହିନ୍ଦୀ,
ଓଡ଼ିଆ ଏବଂ ଅନ୍ୟାନ୍ୟ ଭାଷାର ନୃତ୍ୟ ଓ ଗିଟାର ବାଦନ ବେଶ୍ ଆକର୍ଷଣୀୟ ଥୂଲା । ମନୋରଞ୍ଜନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା କଳାକାରମାନେ ହେଲେ ଯଥାକ୍ରମେ ଆଦ୍ୟାଶା, ମାହି, ତମନ୍ନା, ରୁଚି, ଇଭା, ରିଆଂଶି, ଗୁଗୁଲି, ତପୁ,ବିଗୁଲ, ଇଶିତା, ରାଜଶ୍ରୀ, ରୋଜୀ, କାବେରୀ, ଶ୍ରଦ୍ଧା, ଜୀତା, ସରୋଜିନୀ,ଲିପ୍ସା, ଚିନୁ , ଡିମ୍ପି, କୁନି,ସ୍ମିତା ଓ ଅମ୍ବିକା । ମନୋରଜଂନ କାର୍ଯକ୍ରମ କୁ ପରିଚାଳନା କରିଥିଲେ ବିଶ୍ବକଲ୍ୟାଣୀ ପଣ୍ଡା । ଶେଷରେ ଏହି ଉତ୍ସବ ର ସଫଳତା ପାଇଁ ସମସ୍ତ କ୍ଲବ ସଦସ୍ୟ ମାନଙ୍କ ସହିତ ଯେଉଁମାନେ ଏଠାରେ କିମ୍ବା ଓଡ଼ିଶା ବାହାରେ ଥାଇ ଅନେକ ପରିଶ୍ରମ କରିଥିଲେ ସେମାନଙ୍କୁ ମଂଚ ଉପରୁ କୃତଜ୍ଞତା ସହ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।

No Result
View All Result