No Result
View All Result
୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତ ମୁଣ୍ଡୁଳି ଗ୍ରାମର ଭିନ୍ନକ୍ଷମ ଟିକିନା ସାହୁ ଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଗୃହ । ଏ ନେଇ ଟିକିନା ନୟାଗଡ଼ ଜିଲ୍ଲାପାଳ ଓ ଦଶପଲ୍ଲା ବିଡ଼ିଓ ଙ୍କୁ ଲିଖିତ ଭାବେ କଣାଇଥିଲେ ମଧ୍ୟ ମିଳିନି ପ୍ରଧାନ ମନ୍ତ୍ରୀ ଆବସଗୃହ । ଭଙ୍ଗା ଚାଳଘରେ ନିଜ ରୋଗୀଣା ସ୍ତ୍ରୀ ସହ ବସ ବାସ କରୁଥିବା ଟିକିନା କୁ ମିଳୁନି ପ୍ରଧାନ ମନ୍ତ୍ରୀ ଆବାସ ।
ସୂଚନା ଯୋଗ୍ୟଯେ, ମୁଣ୍ଡୁଳି ଗ୍ରାମ ରେ ବସବାସ କରନ୍ତି ଟିକିନା ସାହୁ । ଟିକିନା ଜଣେ ମାନସିକ ଭିନ୍ନକ୍ଷମ । ନିଜ ର ରୋଗୀଣା ସ୍ତ୍ରୀ କୁ ଧରି ସେ ଏକ ଭଙ୍ଗା ଚାଳ ଘରେ ବସବାସ କରେ । ପଞ୍ଚାୟତ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ତାଲିକା ରେ ଟିକିନା ର ନାମ ଥିବା ବେଳେ ଏବେ ଭିନ୍ନକ୍ଷମ ଟିକିନା ର ନାମ ତାଲିକାରୁ କାଟି ଦିଆଯାଇଛି ।
ରାଜାନୈତିକ ଆକ୍ରୋସ ଓ ପଂଚାୟତ ପ୍ରତିନିଧି ଙ୍କ ଅର୍ଥଖୋର ମନୋଭାବ ଯୋଙ୍ଗୁ ଟିକିନାର ନାଁ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ତାଲିକାରୁ ବାଦ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟ ପାର୍ଶ୍ୱରେ ଗତ ଦୁଇ ବର୍ଷ ତଳେ ଟିକିନାର ବାପାକୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିଥିବା ବେଳେ ସେହି ଘରେ ଟିକିନା ର ବାପା ମା ଓ ତାର ଭାଇ ର ପରିବାର ରହୁଛନ୍ତି । ଘର ଅଭାବ ରୁ ଟିକିନା ତାର ସ୍ତ୍ରୀ କୁ ଧରି ଏକ ଭଙ୍ଗା ଚାଳ ଘରେ ରହୁଥିବା ଦେଖିବାକୁ ମିଳୁଛି ।
କାମ ଧନ୍ଦା କରି ନ ପାରି ଦୁଃଖ କଷ୍ଟ ରେ ଚଲୁଥିବା ଟିକିନା ନୟାଗଡ଼ ଜିଲ୍ଲାପାଳ ଓ ଦଶପଲ୍ଲା ବିଡ଼ିଓ ଙ୍କୁ ଜଣାଇ ଥିଲେ ମଧ୍ୟ ଟିକିନା କୁମିଳିନି ପ୍ରଧାନମନ୍ତ୍ରୀ ଆବାସ ଘର । ଦୁଃଖରେ ଚଳୁଥିବା ଟିକିନା କୁ କେବେ ପ୍ରଧାନମନ୍ତ୍ରୀ ଆବାସ ମିଳିବ ଏହାକୁ ନେଇ ଟିକିନା ଚାହିଁ ବସିଥିବା ବେଳେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।
No Result
View All Result