ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତିଙ୍କ ସଭାପିତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ନିରଞ୍ଜନ ରାଉତରାୟ, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, କ୍ରୀଡା କ୍ଲବର ଉପସଭାପତି ଅଧ୍ୟାପକ ଯୁଗୋଳ କିଶୋର ମଣ୍ଡଳ, ଅଧ୍ୟାପିକା ଚିନ୍ମୟୀ ମିଶ୍ର ଓ ଡକ୍ଟର ଅଭିମନ୍ୟୁ ରଣା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ସେହିପରି ଉଦ୍ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଉପାଧ୍ୟକ୍ଷା ପ୍ରାଧ୍ୟାପିକା ମିନତୀ ଧିର ଓ ଡକ୍ଟର ଶଶିଭୂଷଣ ମହାପାତ୍ର ଅତିଥି ଭାବେ ଯୋଗଦାନ କରି ବିଜେତାମାନଙ୍କୁ ପୁରଷୃତ କରିଥିଲେ । ଅନ୍ୟତମ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍ କୁ କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନ ପରିଚାଳନା କରିଥିବା ବେଳେ ନିରଞ୍ଜନ ସାହୁ, କୃପାସିନ୍ଧୁ ପ୍ରଧାନ , ଦିଲ୍ଲୀପ୍ କୁମାର ସାହୁ ଓ ଜିତେନ୍ଦ୍ର ଦେଓ ସହଯୋଗ କରିଥିଲେ ।

© 2023 Odisha Taza News.