No Result
View All Result

୧୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆଜି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ଚଳିତ ମାସର ଦ୍ଵିତୀୟ ସୋମବାର ଛୁଟି ଥିବାରୁ ମଙ୍ଗଳବାର ଅଭିଯୋଗ ଶୁଣାଣି କରିବା ନିମନ୍ତେ ଦିନ ଧାର୍ଯ୍ୟ କରି ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ବାଡେଗୁଡ଼ା ଗ୍ରାମ ପଞ୍ଚାୟତରେ ଅଭିଯୋଗ ଶୁଣାଣୀ କରିଥିଲେ । ଚଳିତ ଥର ଅଭିଯୋଗ ଶୁଣାଣୀ ଜିଲ୍ଲାପାଳ ନିଆରା ଢ଼ଙ୍ଗରେ କରିଥିଲେ । ଜିଲ୍ଲାପାଳ ବିଜୟ କୁମାର ଦାଶ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶୁଣାଣି ଶିବିରକୁ ଅଭିଯୋଗ ଧରି ଆସିଥିବା ଅଞ୍ଚଳବାସି ଙ୍କୁ ଏକତ୍ରିତ କରି ଶିବିର ସମ୍ମୁଖରେ ବସାଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇବା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ଡକାଇ ନିଜ ନିଜ ବିଭାଗ ଦ୍ଵାରା ହେଉଥିବା କାର୍ଯ୍ୟ ଗୁଡ଼ିକ ଯେପରି ଲୋକଙ୍କ ହିତରେ ଆସିବ ବୁଝାଇବାକୁ କହିବା ସହ ଯେଉଁ ବ୍ୟକ୍ତି ଯୋଜନା ଗୁଡ଼ିକ କରିବା ପାଇଁ ଚାହିଁବେ ସେ ଗୁଡ଼ିକ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ନୂତନ ଶୈଳୀରେ ଅଭିଯୋଗ ଶୁଣି ତାହାର ସମାଧାନ କରିଥିବାରୁ ସାଧାରଣ ଲୋକ ସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ସମୟରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା ମଧ୍ୟ ଉପସ୍ଥିତ ରହି ଯୁଗ୍ମ ଅଭିଯୋଗ ଶୁଣାଣି କରିଥିଲେ । ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିରରେ ପହଞ୍ଚି ବିଭିନ୍ନ ବିଭାଗର ଖୋଲିଥିଲା ଷ୍ଟଲ ବୁଲି ଦେଖିବା ସହ ଆଲୋଚନା କରିଥିଲେ।

ମୋହନା ବ୍ଲକର ପ୍ରାୟ ଶତାଧିକ ଜନସାଧାରଣ ଅଭିଯୋଗ ଶୁଣାଣି ଶିବିରରେ ନିଜ ନିଜ ଅଭିଯୋଗ ଜିଲ୍ଲାପାଳ ଙ୍କ ଦୃଷ୍ଟିକୁ ଆଣି ସମାଧାନ କରିବା ନିମନ୍ତେ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଙ୍କ ଅଭିଯୋଗ ସମୟରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧ୍ୟକ୍ଷ ବାଲ୍ମୀନା ଅଧିକାରୀ, ବିଡିଓ ରାଜୀବ ଦାସ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସମେତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଶୁଣାଣି ଶିବିରରେ ଉପସ୍ଥିତ ରହିଥିଲେ । ଏହି ଶିବିରକୁ ବ୍ଲକର ସମସ୍ତ ଅଧିକାରୀ ପରିଚାଳନା କରିଥିଲେ ।

No Result
View All Result