No Result
View All Result
୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> କଟକ ଲୋକସଭା ସଂସଦ ଭର୍ତ୍ତୁହରି ମହତାବ ଆଜି ବାଙ୍କୀର ଇଷ୍ଟଦେବୀ ମା’ଚର୍ଚ୍ଚିକାଙ୍କ ଦର୍ଶନ କରିଥିଲେ । ମା’ଚର୍ଚ୍ଚିକାଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ୧୧କୋଟି ଟଙ୍କାର ଅନୁକମ୍ପା ରାଶି କାହିଁକି ଅଦ୍ୟାବଧି ମା’ଙ୍କ ମନ୍ଦିରର ବିକାଶମୂଳକ କାମରେ ଲାଗିପାରିଲା ନାହିଁ ବୋଲି ମା’ଚର୍ଚ୍ଚିକାଙ୍କ ସେବାୟତମାନେ ସାଂସଦଙ୍କ ନିକଟରେ ଫେରାଦ କରିଛନ୍ତି ।
ସାଂସଦ ଶ୍ରୀଯୁକ୍ତ ମହତାବ ତତ୍କାଳ ଅଭିଯୋଗ ପାଇବା ପରେ କଟକ ଜିଲ୍ଲାପାଳଙ୍କୁ ଫୋନ୍ ଯୋଗେ ଏହାର ତ୍ୱରିତ ବେଗରେ ପଦକ୍ଷେପ ନେବାପାଇଁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ରଣା, ସଂପାଦକ ନୀଳମଣି ମହାପାତ୍ର, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ରଣା, ସେବାୟତ ପ୍ରଶାନ୍ତ କୁମାର ମହାପାତ୍ର , ସଂଜୟ ରଣା ପ୍ରମୁଖ ଉପସ୍ଥିତ ରହି ସାଂସଦ ଶ୍ରୀ ମହତାବଙ୍କୁ ମନ୍ଦିର ଉନ୍ନତି ସଂପର୍କରେ ଅବଗତ କରାଇଥିଲେ ।
No Result
View All Result