ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସେବା ହିଁ ରୋଟାରୀର ପରିଚୟ, ଏହାକୁ ପ୍ରମାଣ କରିଛି ରୋଟାରୀ କ୍ଲବ ନୟାଗଡ଼। ଗତବର୍ଷ ଆର୍ଥିକ ଅନଟନ ମଧ୍ୟରେ ପାଠପଢ଼ା ଜାରି ରଖିବା ପାଇଁ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମେଧାବୀ ଛାତ୍ରୀ ରଶ୍ମିତା ପରିଡାଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ମଧ୍ୟ ସହଯୋଗ ଜାରି ରଖିବ ବୋଲି କ୍ଲବ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।

ସେହି ପ୍ରତିଶ୍ରୁତିକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ରଶ୍ମିତା ପରିଡାଙ୍କୁ ପୁଣିଥରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ, ଅର୍ଥନୀତି ବିଭାଗର ମୁଖ୍ୟ ଡ଼. ଦିଲ୍ଲୀପ ମିଶ୍ର, ଅଧ୍ୟାପିକା ରିଙ୍କୁ ଖାଡେଙ୍ଗା, ବନ୍ଦନା ନାୟକ ଓ ଅଧ୍ୟାପକ ରବୀନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ରୋଟାରୀ କ୍ଲବର ସଭାପତି ରୋଟାରିଆନ ବାସୁଦେବ ସାହୁ ଛାତ୍ରୀ ରଶ୍ମିତାଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ଏହି ଅବସରରେ ରୋଟାରୀ କ୍ଲବର ସଂପାଦକ ଦିଲ୍ଲୀପ ମିଶ୍ର, ପୂର୍ବତନ ସଭାପତି ମଦନମୋହନ ମହାପାତ୍ର, ବରିଷ୍ଠ ସଦସ୍ୟ ଜି. ରଶ୍ମି ରାଜ ଏବଂ ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରୋଟାରୀ କ୍ଲବ ନୟାଗଡ଼ର ଏହି ପଦକ୍ଷେପ କେବଳ ଜଣେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ନାହିଁ, ବରଂ ସମାଜ ପ୍ରତି ଦିଆ ଯାଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟରେ ପରିଣତ କରିବାର ଏକ ଉତ୍ତମ ଦୃଷ୍ଟାନ୍ତ ସୃଷ୍ଟି କରିଛି। କଲେଜ କର୍ତ୍ତୃପକ୍ଷ ରୋଟାରୀ କ୍ଲବର ଏହି ମହତ୍ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହ ସାମାଜିକ ଦାୟିତ୍ୱବୋଧର ଏକ ପ୍ରେରଣାଦାୟକ ଉଦାହରଣ ବୋଲି ମତ ପ୍ରକାଶ କରିଥିଲେ ।