No Result
View All Result
୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆର,ଉଦୟଗିରି ବ୍ଳକ ଛେଳାଗଡ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଠାରେ ରା,ଉଦୟଗିରି ବ୍ଳକ ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସରପଞ୍ଚ ଡାଳିମ୍ବ ଗମାଙ୍ଗଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଦୁର୍ନୀତ ନିବାରଣ ପାରଳାଖେମଣ୍ଡି ରୁ ଭିଜିଲେସ୍ ଇନିପଟର ଡି. ବାସୁଦେବ ରାଓ, ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ,
ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ଉଦୟଭାନୁ ଏବଂ ଛେଳାଗଡ ପିଓ ଶଶାଙ୍କ ସେଖର ସୁବୁଦ୍ଧି, ସମିତିସଭ୍ୟା ଓ ନାଏକ ସରପଞ୍ଚ ପ୍ରମୁଖ ଉପସ୍ଥିତଥିଲେ । ଦୁର୍ନୀତିକୁ ମୂଳସ୍ତରରୁ ହଟାଇବା ନମନ୍ତେ ଜନସାଧାରଣ ସଚେତନତା ହୋଇ ସାଧୁତା ବଜୟ ରଖିବା ନିମନ୍ତେ ଆଲୋଚନା ହୋଇଥିଲା । ବିଡିଓ ଶ୍ରୀ ଖର୍ସେଲ ଦୁର୍ନୀତିକୁ ହଟାଇବା ନିମନ୍ତେ ଜନ ଜାଗରଣ ସହ ସମସ୍ତଙ୍କୁ ଏତିପ୍ରତି ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ ।
vigilence inspter କହିଥିଲେ ଏତ୍ୟନମ୍ନି ସଂସ୍କୃତି ହିଁ ରାଷ୍ଟ ବିକାଶର ଲକ୍ଷ୍ୟ ସମସ୍ତେ ଏଥିପ୍ରତି ସଚେତନତା ହେବା ଆବଶ୍ୟକ ଏଥିପ୍ରତି ଏକ ଶପଥପାତ କରାଇଥିଲେ । ବିକାଶର ମାର୍ଗ ପାଇଁ ଦୁର୍ନୀତି ହଟବା ପାଇଁ ପ୍ରଧାନ ଲକ୍ଷ୍ୟ ସତ୍ୟତା ସାଧୁତା ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏସବୁ କାର୍ଯ୍ୟକ୍ରମ ପିଇଓ ପରିଚାଳନା କରିଥିଲେ ଏବଂ ପ୍ରତି ଗାଁ ଗାଁ ରେ ଏହି ବୈଠକ କରିବା ପାଇଁ ସମସ୍ତେ ଓ୍ବାର୍ଡମାନେ ଦାୟିତ୍ବ ନେବା ପାଇଁ ଜଣାଇଥିଲେ ।

No Result
View All Result