No Result
View All Result
୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମୂଲ୍ୟବୋଧ ଭିତିକ ରାଜନୀତିର ମୂର୍ତିମନ୍ତ ପ୍ରତୀକ, ପୂର୍ବତନ ସାଂସଦ ତଥା ଜଗତସିଂହପୁର ଜିଲ୍ଲା ପରିଷଦର ପ୍ରଥମ ସଭାପତି ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ୱର୍ଗତ ମଲ୍ଲିକଙ୍କ କର୍ମଭୂମି ଜଗତସିଂହପୁର ସଂସ୍କୃତି ଭବନ ଠାରେ ଲକ୍ଷ୍ମଣ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ କମିଟିର ଅଧ୍ୟକ୍ଷ ପୂର୍ବତନ ଜଗତସିଂହପୁର ପୌରପାଳିକାର ଅଧ୍ୟକ୍ଷ ବିପ୍ଳବ ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପୂଜ୍ୟପୂଜା ପାଇଁ ଦୀର୍ଘ ୪୦ ବର୍ଷ ହେବ କାର୍ଯ୍ୟକରୁଥିବା ବିଶିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତରରେ ଡଃ ଜ୍ଞାନେନ୍ଦ୍ର ତାଙ୍କର ୫୦ ବର୍ଷରେ କଂଗ୍ରେସ ଦଳରେ ଅନୁଭୁତି ଓ ଲକ୍ଷ୍ମଣ ମଲ୍ଲିକଙ୍କ ବନ୍ଧୁବତ୍ସଳତା ଉପରେ ବକ୍ତବ୍ୟ ରଖିଥିଲେ ।
ମୁଖ୍ୟ ଅତିଥି ଇଂ ମୋକିମ ସ୍ୱର୍ଗତ ମଲ୍ଲିକଙ୍କୁ ଅଜାତ ଶତ୍ରୁ ଭାବେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥିଭାବେ ପୂର୍ବତନ ବିଧାୟକ ଡଃ ଲଲାଟେନ୍ଦୁ ମହାପାତ୍ର, ଓକିଲ ସଂଘ ସଭାପତି ରବୀନ୍ଦ୍ର ନାଥ ମହାନ୍ତି, ପୌର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, କଂଗ୍ରେସ ନେତା ହିମାଂଶୁ ମଲ୍ଲିକ, ନଳିନୀ ସ୍ୱାଇଁ, ନିରଞ୍ଜନ ନାୟକ, ପ୍ରତିମା ମଲ୍ଲିକ, ସୁଶାନ୍ତ କାନୁନଗୋ ପ୍ରମୁଖ ସ୍ୱର୍ଗତ ମଲ୍ଲିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ମୃତି କମିଟିର ଉପସଭାପତି ଅଭୟ ମହାନ୍ତି ସ୍ୱାଗତଭାଷଣ ଓ ମାନସ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ଦେବୀ ପ୍ରସାଦ ଚୌଧୁରୀ, ପ୍ରସନ୍ନ ସାମନ୍ତରାୟ, ଦେବୀ ପ୍ରସନ୍ନ ନାୟକ ସ୍ୱର୍ଗତ ମଲ୍ଲିକଙ୍କ ପୌତ୍ର ରିତେଶ ମଲ୍ଲିକ, ହିତେଶ ମଲ୍ଲିକ, ପ୍ରିୟନାଥ ସାହୁ, ଖଗେଶ୍ୱର ମାଣିଆ, ଜଗଦାନନ୍ଦ ବେହେରା, ସମୀର ଖୁଂଟିଆ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି, ଜଗତସିଂହପୁରର ବହୁ ଛାତ୍ର, ଯୁବକ ଓ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
No Result
View All Result