ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ) (ନି.ପ୍ର) :- ଗଜପତି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁଃଖଦ ଖବର ହସ୍ତଗତ ହୋଇଛି . ଦଉଡ଼ି ସାହାରାରେ ପାହାଡିଆ ନଦୀ ପାର ହେବା ବେଳେ ହଠାତ ଛିଣ୍ଡିଗଲା ଦଉଡି. ଯଦ୍ୱାରା ପାହାଡିଆ ନଦୀର ପାଣି ସ୍ରୋତରେ ଭାସିଯାଇ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଏହି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କଳାପଙ୍କା ଗ୍ରାମରେ l ଗ୍ରାମର 3 ଜଣ ମହିଳା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲକୁ ପ୍ରତେକ ଦିନ ଭଳି

ଆଜି କାଠ ସଂଗ୍ରହ ପାଇଁ ଗ୍ରାମ ତଟରେ ବହିଯାଉଥିବା ପାହାଡିଆ ରାମନଦୀକୁ ନଦୀ ପାର ପାଇଁ ପୂର୍ବରୁ ବନ୍ଧା ଯାଇଥିବା ଦଉଡି ସାହାରାରେ ନଦୀ ପାର ହେଉଥିବା ବେଳେ ହଠାତ ଦଉଡିଟି ଛିଣ୍ଡି ଯାଇ ପାହାଡିଆ ନଦୀର ସ୍ରୋତରେ ଜଣେ ମହିଳା ଭାସିଗଲେ . ଏହି ଘଟଣା ନେଇ ଅନ୍ୟ ଦୁଇ ଜଣ ମହିଳା ସେଠାରୁ ସଙ୍ଗେ ସଙ୍ଗେ ଫେରି ଘଟଣା ନେଇ ଗ୍ରାମରେ ଜଣାଇଲେ. ପରେ ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ଆର. ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀକୁ ଜଣାଇ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ. ଘଟଣା ଘଟିବାର 40 ମିନିଟ ପରେ ଆର.
















