୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ମାଟିର ଗର୍ବ ତଥା ସୁଯୋଗ୍ୟ ସନ୍ତାନ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଶବର ଙ୍କୁ ଆଦିବାସୀ ମହସଂଘ୍ ଓ ତୁମୁଳ ଗ୍ରାମବାସୀ ପକ୍ଷରୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୫୬୯ ସ୍ଥାନ ଅଧିକାର କରି ଗୁମ୍ମା ବ୍ଲକ ପାଇଁ ଗର୍ବ ଓ ଗୌରବର କାରଣ ସାଜିଛନ୍ତି ସୋମନାଥ ଶବର।

ଗୁମ୍ମା ଶୀତଳ ଭଣ୍ଡାର ଠାରୁ ଗୁମ୍ମା ମୁଖ୍ୟ ବଜାର, ସେରଙ୍ଗ ମୂଖ୍ୟ ବଜାର ତଥା ତୁମୁଳ ଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଲାଞ୍ଜିଆ ସଉରା ବାଦ୍ୟ, ନୃତ୍ୟ ସହ ଆତସବାଜି ଶବ୍ଦରେ ବିଭିନ୍ନ ସ୍ଥାନରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଅଞ୍ଚଳ ବାସୀ ସୋମନାଥ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତୁମୁଳ ଗ୍ରାମରେ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଏକ ଅନନ୍ୟ ଭାଇଚାରା ପ୍ରଦର୍ଶନ କରି ବିଶ୍ଵ ହିନ୍ଦୁ ପରିଷଦ ଓ ଖ୍ରୀଷ୍ଟ ଧର୍ମ ର ଧର୍ମଗୁରୁ ସୋମନାଥଙ୍କ ପାଇଁ ଏକତ୍ର ଆଶୀର୍ବାଦ ପ୍ରାର୍ଥନା କରିଥିଲେ ।