ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଡକାଇ ଏକ ପ୍ରସ୍ତୁତି ବୈଠକ କରି କିପରି ବିଭାଗ ଗୁଡ଼ିକ ବାତ୍ୟା ଦାନା ର ମୁକାବିଲା କରିବେ ଆଲୋଚନା କରିଥିଲେ। ଏହି ବୈଠକରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ପଞ୍ଚାୟତ ନିର୍ବାଚନ ଅଧିକାରୀ, ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସରପଞ୍ଚ, ଶିଶୁ ବିକାଶ ବିଭାଗ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ
ଡକାଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ। ମୋହନା ଅଞ୍ଚଳ ରେ ବହୁ ଲୋକ ପାହାଡ ତଳେ ଘର କରି ରହୁଥିବା ନଜର କୁ ଆସିଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ବିଡିଓ ଗୁରୁତ୍ଵ ଦେଇଥିଲେ। ଆଜି ଠାରୁ ସମସ୍ତ ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କୁ ନିଜ ନିଜ ପଞ୍ଚାୟତରେ ରହି ଲୋକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବା ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି।
© 2023 Odisha Taza News.