୨୫/୧୦/୨୦୨୪ (ଓଡିଶା ତାଜା ନ୍ୟୁଜ)ଆର,ଉଦଉଦୟଗିରି :- ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ସମ୍ଭାବ୍ୟ ` ଦାନା’ ର ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷଙ୍କୁ ଦେଖିବାକୁ ମିଳିନଥିଲା । ଏହି ବୈଠକ ବିଡିଓଙ୍କ ସଭାପତିତ୍ବ କରିଥିଲେ ଏହାସହ ବୈଠକରେ ତହସିଦାର, ସାମାଜିକ ସୁରକ୍ଷା ଅଧିକାରୀ,ସିଡିପିଓ, ଜିପିଇଓ, କୃଷି ଅଧିକାରୀ ଓ ମେଡିକଲ ଅଧିକାରୀଣୀ ପ୍ରମୁଖ ମଞ୍ଚାସୀନ ଅଧିକାରୀମାନେ ଥିଲେ ।
ଏହି ବୈଠକରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ସମେତ ସମସ୍ତ ପଞ୍ଚାୟତର ପିଇଓ, ଅଙ୍ଗଡଓ୍ବାଡି କର୍ମୀ ପ୍ରମୁଖ ନେଇ ବୈଠକ କରିଥିଲେ । ଏଥିରେ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ନିଷ୍ପତ୍ତି ନେଇଥିଲେ । ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଅତ୍ୟାବଶ୍ୟକ ସାମାଗ୍ରୀ ମହଜୁଦ ରଖିବା , ଜରୁରୀକାଳୀନ ପରିସ୍ଥିତିରେ ରାସ୍ତା ଉପରୁ ଗଛ ହଟାଇବା ପାଇଁ ଦମକଳ ବାହିନୀ ପ୍ରସ୍ତୁତ ରଖିବା ସକାଶେ ନିର୍ଦେଶ ଦିଆଯାଇଥିଲା । ଧନଜୀବନ ହାନି ଏଡାଇବା ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।