No Result
View All Result
୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାତ୍ୟା ଯୋଗୁ କିଛି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର କରି ବେଶ ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି l ଏହାର ପ୍ରଭାବ ସିଧାସଳଖ ଖାଉଟି ଙ୍କ ଉପରେ ପଡିଛି l ପୂର୍ବରୁ ପରିବା ଦର ଆକାଶ ଛୁଆଁ ରହିଥିବା ବେଳେ ଏବେ ଆଳୁ ପିଆଜ ଠାରୁ ଆରମ୍ଭ କରି ପ୍ରତି ପରିବା ଦର କିଲୋ ପିଛା ୧୫ ରୁ ୨୦ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି l ଫଳରେ ଗରୀବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଆର୍ଥିକ ଶୋଷଣ ର ଶିକାର ହେବା ସହ ହଇରାଣ ହେଉଛନ୍ତି l
ଏହାକୁ ଗୁରୁତର ସହ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବୁଧବାର ଚିଲିକା ବ୍ଲକ ଯୋଗାଣ ଅଧିକାରୀ ଅରୁଣ କୁମାର ଲେଙ୍କା ବାଲୁଗାଁ ସ୍ଥିତ ବିଭିନ୍ନ ପରିବା ଗୋଦାମ ଓ ଦୋକାନ ଉପରେ ଚଢ଼ାଉ କରି ଅଧିକ ଦରରେ ପରିବା ନ ବିକ୍ରି କରିବାକୁ ବ୍ୟବସାୟୀ ମାନଙ୍କୁ ତାଗିଦ କରିବା ସହ ସିଲଟ ରେ ନିର୍ଦ୍ଧାରିତ ପାଇକାରୀ ଧାର୍ଯ୍ଯ ଦର ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତତ୍ ସହିତ କେହି ଯଦି ଅଧିକ ଦରରେ ପରିବା ବିକ୍ରି କରୁଥିବା ଜଣାପଡେ ସଂପୃକ୍ତ ବ୍ଯବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ l ଏହି ଚଢ଼ାଉ ରେ ବିଭାଗୀୟ ଅନ୍ୟାନ୍ୟ କର୍ମଚାରୀ ଙ୍କ ସମେତ ଖୁଚୁରା ବିକ୍ରୟ କେନ୍ଦ୍ରର ଡିଲର ମାନେ ଉପସ୍ଥିତ ରହିଥିଲେ l
No Result
View All Result