୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ ଅଧିନସ୍ତ ସୁତନ ଜିପି ରେ ଥିବା ଏକ ସରକାରୀ ବିଦ୍ୟାଳୟ କୁ ବାତ୍ୟାଶ୍ରୟସ୍ଥଳୀ ଭାବେ ଚୟନ କରାଯିବା ସତ୍ତ୍ୱେ ବିଦ୍ୟାଳୟ ଓ ପରିଚାଳନା କମିଟି ର ବେଖାତିରି ମନଭାବ ଦେଖିବାକୁ ମିଳିଛି l ବିଗତ 4 ଦିନ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଗୋପ ବ୍ଲକ ପରିସରରେ ପୁର୍ବ ପ୍ରସ୍ତୁତି ବୈଠକ ର ଆୟୋଜନ କରାଯାଇଥିଲା l ଏଥିରେ ଗୋପ ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି କିପରି ବାତ୍ୟା ଦାନାରେ ମୁକାବିଲା କରାଯିବ ସେଥିପାଇଁ ସରକାରୀ ସ୍ତରରେ ବିସ୍ତୁତ ଆଲୋଚନା ହୋଇଥିଲା l ବାତ୍ୟା ଦାନା ପାଇଁ ସମସ୍ତ ସ୍କୁଲ କଲେଜ ଅଙ୍ଗନବାଡି କେନ୍ଦ୍ର କୁ 23 ଠାରୁ 25 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି l ଯାହାଫଳରେ କୀ ଯଦି କୌଣସି ପରିସ୍ଥିତିରେ ବାତ୍ୟା ରେ ପବନର ବେଗ ଓ ଅତ୍ୟଧିକ ବର୍ଷା ହେଵ ସେଥିପାଇଁ ସ୍କୁଲ ଓ କଲେଜ ଏବଂ ଅଙ୍ଗନବାଡି କେନ୍ଦ୍ରରେ ଲୋକମାନେ ଆଶ୍ରୟ ନେବେ l
କିନ୍ତୁ ସରକାର ଙ୍କ ଆଦେଶ ର ଆଂଶିକ ପ୍ରଭାବ ଗୋପ ବ୍ଲକ ଅଧିନସ୍ତ ସୁତନ ସ୍କୁଲ ରେ ପରିଲକ୍ଷିତ ହେଲା ନାହିଁ l ଆଜି ଉକ୍ତ ସ୍କୁଲର ସମସ୍ତ ରୁମରେ ତାଲା ଛୁଳୁଛି ଭୟଭୀତ ଲୋକ ମାନେ ଆଶ୍ରୟ ନେବା ପାଇଁ ସ୍କୁଲ ପାଖରେ ଠିଆ ହୋଇଥିଲେ ମଧ୍ୟ ସ୍କୁଲ ର ରୁମ ଖୋଲାଗଲାନାହିଁ l ଏହା ଦେଖି ବ୍ଲକ ଶିକ୍ଷାଧିକାରୀ ଙ୍କୁ ସ୍ଥାନୟ ବ୍ୟକ୍ତି ସୂଚିତ କରିଥିଲେ ସତ୍ତ୍ୱେ କୌଣସି ପ୍ରଭାବ ପଡ଼ିନଥିଲା l ଯଦିଓ ସରକାର ଙ୍କ ପକ୍ଷରୁ ସମସ୍ତ ନିୟମ ହେଉଛି ସତ କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରୁନି l ଏହାଦ୍ଵାରା କେଉଁଠି ନା କେଉଁଠି ତ୍ରୁଟି ରହୁଛି ତାହା ସ୍ପଷ୍ଟ ବାରି ହେଉଛି l ଏଣୁ ଯେଉଁମାନେ ସରକାରୀ ଆଦେଶ କୁ ସଠିକ ଭାବେ ପାଳନ କରୁନାହାନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ସାଧାରଣ ରେ ଦାବୀ ହେଉଛି l