No Result
View All Result
୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ରାୟଗଡ ବ୍ଲକ୍ ସଦର ମହକୁମାର ରାଜକିରଣ ବାବୁ ୟୁଜିସି ନେଟ୍ (ବାଣିଜ୍ୟ) ପରୀକ୍ଷାରେ ୧୯୩ ରାଙ୍କ୍ ପାଇ ଜେଆର୍ଏଫ୍ ଓ ଆସିଷ୍ଟାଣ୍ଟ ପ୍ରଫେସର ହେବାର ସଫଳତା ଅର୍ଜନ କରିଛନ୍ତି । ସର୍ବଭାରତୀୟ ସ୍ତରରେ ୯୯.୨୦୦ ପ୍ରତିଶତ ମାର୍କ ରଖୁଛନ୍ତି ସେ । ରାୟଗଡର ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଉଦିତ ବାବୁଙ୍କ ଦ୍ଵିତୀୟ ପୁଅ ରାଜକିରଣ ପ୍ରାଥମିକ ଶିକ୍ଷା ସଦର ବ୍ଲକ୍ କଲୋନୀ ପ୍ରାଥମିକ ବିଦ୍ୟାଳୟ, ଦଶମ ଶ୍ରେଣୀ ରାୟଗଡ ସରକାରୀ ହାଇସ୍କୁଲ ଏବଂ ରାୟଗଡା ଜିଲ୍ଲା ସଦର ମହକୁମା ସ୍ଵୟଂଶାସିତ କଲେଜରୁ ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି।

ଦୃଢ଼ ଅଧ୍ୟବସାୟ ବଳରେ ଚତୁର୍ଥ ପ୍ରଚେଷ୍ଟାରେ ସେ ସଫଳ ହୋଇଛନ୍ତି । ସେହି ଭଳି ରାୟଗଡ଼ ବାସିନ୍ଦା ସାମ୍ବାଦିକ ଜିତେନ୍ଦ୍ର ପାତ୍ରଙ୍କ ଏକ ମାତ୍ର ପୁଅ ରାଜେଶ କୁମାର ପାତ୍ର ମଧ୍ଯ ୟୁଜିସି ନେଟ (ସୋସିଆଲ ମେଡିସିନ ଓ କମୁନିଟି ହେଲତ୍)ପରୀକ୍ଷାରେ ସଫଳତା ହାସଲ କରି ସର୍ବଭାରତୀୟ ସ୍ତରରେ ୮୦.୨୫୬୨ ପ୍ରତିଶତ ମାର୍କ ରଖି ପିଏଚଡି ପଡ଼ିବା ପାଇଁ ସ୍ଥାନ ପାଇଛନ୍ତି ।

ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟରେ ପିଏଚଡି ପଡ଼ିବା ପାଇଁ ନାମ ଲେଖାଇଛନ୍ତି। ରାଜେଶ ପାତ୍ର ରାୟଗଡ଼ ଶିଶୁ ମନ୍ଦିରରେ ପ୍ରଥମରୁ ସପ୍ତମ ଯାଏ ପଡ଼ିବା ପରେ ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ମନ୍ଦିରରେ ମାଟ୍ରିକ୍ ପାସ୍ କରିଥିଲେ। ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ଓ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଜନସ୍ବାସ୍ଥ୍ୟ ବିଭାଗରେ ପିଜି ସାରିବା ପରେ ସେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟରେ ପିଏଚଡି ପଡ଼ିବା ପାଇଁ ନାମ ଲେଖାଇଛନ୍ତି। ଭବିଷ୍ୟତରେ ସେ ଜଣେ ଜନସ୍ବାସ୍ଥ୍ୟ ବୈଜ୍ଞାନୀକ ହେବା ପାଇଁ ଆଶା ରଖିଛନ୍ତି। ତାରିଖ,22,10,2024
No Result
View All Result