୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ରାୟଗଡ ବ୍ଲକ୍ ସଦର ମହକୁମାର ରାଜକିରଣ ବାବୁ ୟୁଜିସି ନେଟ୍ (ବାଣିଜ୍ୟ) ପରୀକ୍ଷାରେ ୧୯୩ ରାଙ୍କ୍ ପାଇ ଜେଆର୍ଏଫ୍ ଓ ଆସିଷ୍ଟାଣ୍ଟ ପ୍ରଫେସର ହେବାର ସଫଳତା ଅର୍ଜନ କରିଛନ୍ତି । ସର୍ବଭାରତୀୟ ସ୍ତରରେ ୯୯.୨୦୦ ପ୍ରତିଶତ ମାର୍କ ରଖୁଛନ୍ତି ସେ । ରାୟଗଡର ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଉଦିତ ବାବୁଙ୍କ ଦ୍ଵିତୀୟ ପୁଅ ରାଜକିରଣ ପ୍ରାଥମିକ ଶିକ୍ଷା ସଦର ବ୍ଲକ୍ କଲୋନୀ ପ୍ରାଥମିକ ବିଦ୍ୟାଳୟ, ଦଶମ ଶ୍ରେଣୀ ରାୟଗଡ ସରକାରୀ ହାଇସ୍କୁଲ ଏବଂ ରାୟଗଡା ଜିଲ୍ଲା ସଦର ମହକୁମା ସ୍ଵୟଂଶାସିତ କଲେଜରୁ ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି।
ଦୃଢ଼ ଅଧ୍ୟବସାୟ ବଳରେ ଚତୁର୍ଥ ପ୍ରଚେଷ୍ଟାରେ ସେ ସଫଳ ହୋଇଛନ୍ତି । ସେହି ଭଳି ରାୟଗଡ଼ ବାସିନ୍ଦା ସାମ୍ବାଦିକ ଜିତେନ୍ଦ୍ର ପାତ୍ରଙ୍କ ଏକ ମାତ୍ର ପୁଅ ରାଜେଶ କୁମାର ପାତ୍ର ମଧ୍ଯ ୟୁଜିସି ନେଟ (ସୋସିଆଲ ମେଡିସିନ ଓ କମୁନିଟି ହେଲତ୍)ପରୀକ୍ଷାରେ ସଫଳତା ହାସଲ କରି ସର୍ବଭାରତୀୟ ସ୍ତରରେ ୮୦.୨୫୬୨ ପ୍ରତିଶତ ମାର୍କ ରଖି ପିଏଚଡି ପଡ଼ିବା ପାଇଁ ସ୍ଥାନ ପାଇଛନ୍ତି ।