No Result
View All Result
୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଉମାଚରଣ ମଲ୍ଲିକ ବିଭିନ୍ନ ସମୟରେ ଲୋକମାନଙ୍କ ପାଖରୁ ଅଭିଯୋଗ ପତ୍ର ଗ୍ରହଣ କରି ଅଭିଯୋଗ ପତ୍ର ଆଧାରରେ ଭିଜିଟ୍ କଲାପରେ କେଢେଗୁଡ଼ିଏ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା ଆବଶ୍ୟକ ବୋଲି ମନେ କରିଥିଲେ । ସେଥିପାଇଁ ଶ୍ରୀ ମଲ୍ଲିକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲାର କେତେଗୁଡ଼ିଏ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିଛନ୍ତି । ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ସହିତ ସେମାନଙ୍କ ବିଭାଗରେ ଥିବା ସମସ୍ୟାଗୁଡ଼ିକୁ ମାନ୍ୟ ବର ବିଧାୟକଙ୍କ ଦୃଷ୍ଟିକୁ ଆଣିଥିଲେ। ଶ୍ରୀ ମଲ୍ଲିକ ମଧ୍ୟ ସେ ପାଇଥିବା ଅଭିଯୋଗଗୁଡ଼ିକୁ ସଂପୃକ୍ତ 9ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ ।
ଭତା ପାଇବାରେ ବିଳମ୍ବ ହେବା, ଚେକ୍ ଡ୍ୟାମ୍ ଗୁଡ଼ିକ ସଠିକ୍ ସ୍ଥାନରେ ନ ହେବା ଫଳରେ ପାଣି ରହୁ ନଥିବା, ସଠିକ ଯାଗାରେ ଏଲ୍.ଆଇ.ପଏଣୁ, ଓ ଚେକ୍ ଡ୍ୟାମ୍ ନ ହେବା ଦ୍ଵାରା ଚାଷାଙ୍କ କାମରେ ଲାଗୁ ନଥିବା ଭଳି ଅନେକ ଅଭିଯୋଗ ସେ ପାଇଛନ୍ତି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ ସ୍ଥାନୀୟ ଲୋକ ଏବଂ ଜନ ପ୍ରତିନିଧିଙ୍କ ସହିତ ଆଲୋଚନା ପରେ କୌଣସି ପ୍ରୋଜେକ୍ଟ, ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସରକାର ଲୋକମାନଙ୍କ ମଙ୍ଗଳ ପାଇଁ ବିଭିନ୍ନ ପ୍ରକଳ୍ପ ତିଆରି କରୁଛନ୍ତି ଅଥଚ ସେମାନଙ୍କ କାମରେ ଲାଗୁନି । ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବା ଆବଶ୍ୟକ।
ଅଙ୍ଗନୱାଡ଼ି ଗୃହ ପାଇଁ ସ୍ନାନ ନିରୁପଣ, ବିଦ୍ୟୁତୀକରଣ, ଟଏଲେଟ୍ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ପାଚେରୀ ନିର୍ମାଣ ଇତ୍ୟାଦି କାର୍ଯ୍ୟ ଆରମ୍ଭ ପୂର୍ବରୁ ବିତିଓ, ସିଡିପିଓଙ୍କ ସହିତ ଆଲୋଚନା କରିବାକୁ ଶ୍ରୀ ଭୋଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଛତୁଆର ମାନ ପରୀକ୍ଷା ପାଇଁ ଯେଉଁ ଛତୁଆ ପିଲାମାନଙ୍କୁ ଦିଆଯାଉଛି ସେହି ଛତୁଆକୁ ପରୀକ୍ଷା ପାଇଁ ପଠାଇବାକୁ ମାନ୍ୟବର ବିଧାୟକ କହିଥିଲେ। ଚୁକ୍ତି ହୋଇସାରିଥିବା ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଡ଼ିଲେ ସରକାରଙ୍କ ଦୃଷ୍ଟିକୁ ନେବେ ବୋଲି ଶ୍ରୀ ମଲ୍ଲିକ କହିଥିଲେ ।
ଏହି ସମୀକ୍ଷା ବୈଠକରେ ସାମାଜିକ ସୁରକ୍ଷା, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ସମାଜ ମଙ୍ଗଳ, ବେସାମରିକ ଯୋଗାଣ, ସମବାୟ ସମିତି, ମୋବାଇଲ୍ ନେଟ୍ ୱାର୍କ,(ଉନ୍ନୟନ ବିଭାଗ) ସ୍ଵେଚ୍ଛାସେବୀ ଅନୁଷ୍ଠାନସ୍ବାତୀ ଓ ନିପିଡିତର ଅଧିକାରୀ ତଥା ମୁଖ୍ୟମାନେ ସେମାନଙ୍କ ବିଭାଗ ତଥା ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା ଧନ୍ୟବାଦ ଦେଇଥିଲେ।
No Result
View All Result