No Result
View All Result
୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ଶଙ୍କର ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧକ୍ଷ୍ୟା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଉପମୁଖ୍ୟ ମନ୍ତ୍ରୀ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସହ ଶିକ୍ଷା ଅଧିକାରୀ ରୁଦ୍ର ଦେବ ଷଡ଼ଙ୍ଗୀ,
ମିନିକେତନ ବରିହା ପ୍ରମୁଖ ଯୋଗଦେଇ ଛାତ୍ରୀ ଛାତ୍ର ଙ୍କ ଅନ୍ତର୍ନିହିତ ଗୁଣ ର ପରିପ୍ରକାଶ ପାଇଁ ସୁରଭି କାର୍ଯ୍ୟକ୍ରମ ଏକ ପ୍ରୟାସ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ଏହି ଅବସରରେ ୧୪ଟି ଆଞ୍ଚଳିକ ସାଧନ କେନ୍ଦ୍ର ଦ୍ୱାରା ଅୟୋଜିତ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଥିବା ବିଦ୍ୟାଳୟ ରୁ ଉଚ୍ଚ ମାଧ୍ୟମିକ ସ୍ତରର ପ୍ରତିଯୋଗୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ଶୃତ ଲିଖନ, ବକୃତା, ସାଧାରଣ ଜ୍ଞାନ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ।
ଅତିଥି ମାନେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ କୁ ନମିତା ମଣ୍ଡଳ, ଖୁସିରାମ ସାହୁ,ଶ୍ରୀପତି କୁମ୍ଭାର, ଚୂଡ଼ାମଣି ବରିହା, ଶାନ୍ତନୁ କୁମାର ମିଶ୍ର, ସୁବାଷ ଚନ୍ଦ୍ର ନାଗ, ଦୀନବନ୍ଧୁ ବାଗ, ମିତ୍ରଭାନୁ ପଧାନ, ଟୁନୁ ଶବର, ଉପେନ୍ଦ୍ର ସୁନା, ଚକ୍ରଧର ଭୋଇ, ସତ୍ୟବ୍ରତ ବେହେରା, ସୁନୀଲ ମହାନନ୍ଦ, ଗୋକୁଳାନନ୍ଦ ମେହେର,ବିଘ୍ନରାଜ ପଧାନ, ସନାତନ ବାରିକ ପ୍ରମୁଖ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷୟତ୍ରୀ ଶିକ୍ଷକ ସହଯୋଗ କରିଥିଲେ।
No Result
View All Result