୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ ବ୍ଲକ କଳାଙ୍ଗ ପଞ୍ଚାୟତ ନାଉପଡା ଗ୍ରାମଠାରେ ଗାୟକ ରସନିଧି ଆନନ୍ଦ ବରାଡ଼ଙ୍କ ସ୍ମୃତି ସମାରୋହ ଉତ୍ସବ ଶିକ୍ଷକ ନେତା ପ୍ରସନ୍ନ କୁମାର ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାପାତ୍ର ଯୋଗଦେଇ ଓଡିଶୀ ସଂକୀର୍ତ୍ତନ ପରିବେଷଣ ଓ ସଂକୀର୍ତ୍ତନ ସଂଗଠନ ଗଢିବାରେ ଆନନ୍ଦ ବରାଡ଼ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଅନ୍ୟତମ ପ୍ରବକ୍ତା ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ବର୍ଗତ ବରାଡ଼ଙ୍କ ଓଡିଶୀ ସଂକୀର୍ତ୍ତନ ପ୍ରତି ରହିଥିବା ରୁଚି ଓ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଶିକ୍ଷକ ମନମୋହନ ରାୟ,ଗାୟକ ବିଶ୍ୱନାଥ ପ୍ରଧାନ,ଗାୟକ ଗୋଲକ ପ୍ରଧାନ, ଗାୟକ ନରୋତ୍ତମ ପଣ୍ଡା,ଗାୟକ ନରୋତ୍ତମ ପ୍ରଧାନ,

ଗୁରୁ ଦୈତାରୀ ମଙ୍ଗରାଜ ଓ ସମାଜସେବୀ ପଞ୍ଚୁ ଭାରିମଲ୍ଲ ପ୍ରମୁଖ ଯୋଗଦେଇ ପାରମ୍ପରିକ କଳା ପରିବେଷଣ ସହିତ ସମାଜସେବା କ୍ଷେତ୍ରରେ ସ୍ୱର୍ଗତ ଆନନ୍ଦ ବରାଡ଼ଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଶିକ୍ଷକ ରାମଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ପରିଶେଷରେ ତାଙ୍କର ସୁପୁତ୍ର ମାନସ ବରାଡ଼ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।