୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱରର ଜଗନ୍ନାଥ ନଗର-କୋରଡ଼କଣ୍ଟା ରାସ୍ତାରେ ଗଙ୍ଗୁଆ ନାଳରେ ସେତୁ ନିର୍ମାଣ ପାଇଁ ୩ କୋଟି ୧୮ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଜଗନ୍ନାଥ ନଗର-କୋରଡ଼କଣ୍ଟା ଅଞ୍ଚଳର ଲୋକଙ୍କ ଗମନାଗମନ ନେଇ ଦୀର୍ଘ ଦିନରୁ ଥିବା ସମସ୍ୟାର ସମାଧାନ ନିମନ୍ତେ ଗଙ୍ଗୁଆ ନାଳରେ ୩ କୋଟି ୧୮ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇଥିଲେ ।
ଏଥିରେ ସମ୍ମାନନୀୟ ଅତିଥି ଭାବରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର- ଭୁବନେଶ୍ୱର ବିଧାନସଭା କ୍ଷେତ୍ରର ମାନ୍ୟବର ବିଧାୟକ ବାବୁ ସିଂ, ଭୁବନେଶ୍ୱର ପଞ୍ଚାୟତ ସମିତିର ଅଧ୍ୟକ୍ଷା ନିରୁପମା ସାହୁ ଏବଂ ଅନ୍ୟ ଅତିଥିବୃନ୍ଦ ଯୋଗ ଦେଇଥିଲେ ।
ଏହି ଅବସରରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ସେତୁ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଅଞ୍ଚଳବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସେତୁ ନିର୍ମିତ ହେବା ପରେ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ଏହା ବହୁଗୁଣିତ କରିବ ବୋଲି ମତପ୍ରକାଶ କରିଥିଲେ । ଏହା ଦ୍ୱାରା ଦୁଇଟି ଗ୍ରାମ ପଞ୍ଚୟତର ଛଅଟି ଗ୍ରାମ ଏବଂ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନମ୍ବର ୩୨ ଓ ୩୩ ରେ ବସବାସ କରୁଥିବା ଜନସାଧାରଣ ସିଧାସଳଖ ଭାବରେ ଲାଭାନ୍ୱିତ ହେବେ ।
ଏହି ରାସ୍ତା ଦେଇ ଯାତାୟତ କରୁଥିବା ସମସ୍ତ ଲୋକ ଏବଂ ବିଶେଷ ଭାବରେ ଭୁବନେଶ୍ୱର ଅନ୍ତର୍ଗତ ତିନି ବିଧାନସଭା କ୍ଷେତ୍ରର ଜନସାଧାରଣ ମଧ୍ୟ ଏହାର ଲାଭ ପାଇବେ । ତେଣୁ ଏହି ସେତୁ ସମଗ୍ର ଅଞ୍ଚଳ ପାଇଁ ବିକାଶର ନୂତନ ସେତୁବନ୍ଧ ଭାବରେ ପ୍ରମାଣିତ ହେବ ବୋଲି ମାନ୍ୟବର ମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ।