No Result
View All Result
୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ପ୍ରାଥମିକ ସ୍ତରରେ ଓଡ଼ିଆ ଭାଷାର ମୌଳିକ ବିକାଶ ବୃଦ୍ଧି ନିମନ୍ତେ କଟକ ଜିଲା ବାଙ୍କି ବ୍ଲକର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ସାହୁ ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ବଣ୍ଟନ ଅଭିଯାନ ସମଗ୍ର ଓଡ଼ିଶାରେ ଆରମ୍ଭ କରିଥିବା ବେଳେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରୁ ଆରମ୍ଭ ହୋଇଛି। ନିଜସ୍ୱ ଖର୍ଚ୍ଚରେ ଏହି ପୁସ୍ତକ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରୁଥିବା ବେଳେ ଜିଲାର କରଣ୍ଡାଗଡ଼଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ପୁସ୍ତକ ବଣ୍ଟନର ଶୁଭାରମ୍ଭ ହୋଇଛି ।
ବରିଷ୍ଠ ଶିକ୍ଷକ ସୀମାଞ୍ଚଳ ମୁଖୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ କରଣ୍ଡାଗଡ଼଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନ୍ଧଗଡ଼଼ ପ୍ରାଥମିକ ବିଦ୍ୟାଳୟ, ପୋଡ଼ାପଡ଼ା ପ୍ରାଥମିକ ବିଦ୍ୟାଳୟ ଏବଂ ରତଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଛି । ଆଗାମି ଦିନରେ ଫିରିଙ୍ଗିଆ ବ୍ଲକର ସମସ୍ତ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଏହି ପୁସ୍ତକ ପ୍ରଦାନ କରାଯିବ ବୋଲି ଦାୟିତ୍ୱରେ ଥିବା ଶିକ୍ଷକ ଶ୍ରୀ ମୁଖୀ ପ୍ରକାଶ କରିଛନ୍ତି । ଏଭଳି ଅଭିଯାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ସାହୁଙ୍କ ଏଭଳି ଉଦ୍ୟମକୁ ଅନେକ ସାଧୁବାଦ ଜଣାଇଛନ୍ତି ।
No Result
View All Result